ମାଓବାଦୀ ପୋଷ୍ଟର: ଠିକାଦାର, ସୁପରଭାଇଜରଙ୍କୁ ହତ୍ୟା ଧମକ

ଭବାନୀପାଟଣା,୨।୨(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲାରେ ମାଓବାଦୀ ପୁଣି ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି। ରାସ୍ତାକାମ ବନ୍ଦ କରିବାକୁ ଏଥିରେ ଚେତାବନୀ ଦିଆଯାଇଥିବା ବେଳେ କାମ ବନ୍ଦ ନ ହେଲେ ଠିକାଦାର ଓ ସୁପରଭାଇଜରଙ୍କୁ ମୃତ୍ୟୁଦଣ୍ଡର ଧମକ ମଧ୍ୟ ଦିଆଯାଇଛି।
ସୂଚନାନୁଯାୟୀ, କଳାହାଣ୍ଡି ଜିଲା ଅନ୍ତର୍ଗତ ଲାଞ୍ଜିଗଡ଼ ବ୍ଲକରେ ଚାଲିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାଠାରୁ ଅମଠାପଦର ରାସ୍ତାକାମକୁ ମାଓବାଦୀ ଶନିବାର ପୋଷ୍ଟର ଲଗାଇ ବିରୋଧ କରିଛନ୍ତି। ରାସ୍ତାକାମ ବନ୍ଦ ନ କଲେ ଠିକାଦାର ଏବଂ ସୁପରଭାଇଜରଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଧମକପୂର୍ଣ୍ଣ ପୋଷ୍ଟର ଆମ୍ବଗୁଡ଼ା ନିକଟସ୍ଥ ଏକ ଖଜୁରୀଗଛ ଏବଂ ଜେସିବି ମେଶିନ ଉପରେ ଲଗାଯାଇଥିବା ରବିବାର ଦେଖିବାକୁ ମିଳିଛି। ଏହା ଦେଖି ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି।