ମାଓବାଦୀ କ୍ୟାମ୍ପରେ ପୋଲିସର ଚଢ଼ାଉ: ଦୁଇ ମାଓବାଦୀ ମୃତ, ବିପୁଳ ପରିମାଣରେ ସାମଗ୍ରୀ ଜବତ

ମାଲକାନଗିରି,୨୯।୭ (ସ୍ବ.ପ୍ର.): ଛତିଶଗଡ଼ର ସୁକ୍‌ମା ଜିଲା ନକ୍ସଲ ପ୍ରଭାବିତ କୋଣ୍ଟା ଥାନା ଅନ୍ତର୍ଗତ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଅସ୍ଥାୟୀ ମାଓବାଦୀ କ୍ୟାମ୍ପ ଉପରେ ସୋମବାର ସକାଳେ ପୋଲିସ ଚଢ଼ାଉ କରିଛି। ଘଟଣାସ୍ଥଳରେ ପୋଲିସ ଗୁଳିରେ ୨ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଗ୍ରେନେଡ୍‌ ଲଞ୍ଚର ସହ ବିପୁଳ ପରିମାଣରେ ମାଓବାଦୀ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି।
କୌଣସି ସୂତ୍ରରୁ ଖବର ପାଇ ପୋଲିସ ସୁକ୍‌ମା ଜିଲା ଡିଆର୍‌ଜି ଯବାନଙ୍କ ଏକ ଟିମ୍‌ କୋଣ୍ଟା ଥାନା ଅଧିକାରୀଙ୍କ ନେତୃତ୍ୱରେ ଚଢ଼ାଉ କରିଥିବା ଜଣାପଡ଼ିଛି। ଏ ନେଇ ଜିଲା ପୋଲିସ ଆରକ୍ଷୀ ଅଧୀକ୍ଷକ ସଲଭ ସିହ୍ନା ସୂଚନା ଦେଇଛନ୍ତି।
ଏକ ପକ୍ଷେ ମାଓବାଦୀଙ୍କ ଶହୀଦ ସପ୍ତାହ ଚାଲିଥିବା ବେଳେ ରବିବାର ସୁକ୍‌ମାରେ ୧୪ ଜଣ ମିଲିସିଆ ସଦସ୍ୟ ଆତ୍ମସମର୍ପଣ କରିଥିବା ବେଳେ ସୋମବାର ଦୁଇ ମାଓବାଦୀଙ୍କ ମୃତ୍ୟୁ ମାଓ ଆନ୍ଦୋଳନକୁ ଏକ ଶକ୍ତ ଧକ୍କା ଦେଇଛି ।