ମାଓବାଦୀ ଅଞ୍ଚଳ ବୁଲିଲେ ସିଆର୍‌ପିଏଫ୍‌ ଡିଜି

ଭୁବନେଶ୍ୱର,୧।୨(ବ୍ୟୁରୋ): ସିଆର୍‌ପିଏଫ୍‌ ଡିଜି ଏ.ପି. ମାହେଶ୍ୱରୀ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଶୁକ୍ରବାର ମାଲକାନଗିରି, କୋରାପୁଟ ଆଦି ରାଜ୍ୟର ବିଭିନ୍ନ ମାଓବାଦୀ ପ୍ରଭାବିତ ଜିଲା ବୁଲିଛନ୍ତି। କ୍ଷେତ୍ରୀୟ ଅନୁଧ୍ୟାନ ସହ ମାଓବାଦୀ ସ୍ଥିତିର ସମୀକ୍ଷା କରିଛନ୍ତି। ମାଓବାଦୀ ଦମନରେ ରହୁଥିବା ତ୍ରୁଟିର ସୁଧାର ଆଣିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ମାଓବାଦୀଙ୍କ ନୂଆ ନୂଆ ରଣନୀତିକୁ ଯେଭଳି ଭାବେ ସିଆର୍‌ପିଏଫ୍‌ ଯବାନ ପଣ୍ଡ କରିବାରେ ସଫଳ ହେବେ ତାହା ଉପରେ ଡିଜି ମାହେଶ୍ୱରୀ ଗୁରୁତ୍ୱ ଦେଇଛନ୍ତି। ଏହାସହ ସେ ମାଓଦମନ ପାଇଁ ସିଆରପିଏଫ୍‌ର ଆଗାମୀ ରଣନୀତି ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବିଗତ ଦିନଗୁଡ଼ିକରେ ମାଓବାଦୀ ଦମନରେ ସିଆରପିଏଫ୍‌ ଯବାନଙ୍କ ସଫଳ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ତେବେ ରାଜ୍ୟର ମାଓବାଦୀଙ୍କ ସ୍ଥିତି ଓ ଆଇନ ଶୃଙ୍ଖଳା ସଂକ୍ରାନ୍ତରେ ଡିଜି ମାହେଶ୍ୱରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ରାଜ୍ୟ ପୋଲିସ ଓ ଅନ୍ୟ ସୁରକ୍ଷା ବଳ ସହିତ ମିଶି ସିଆରପିଏଫ୍‌ ଅପରେଶନ ଜାରି ରଖିଛି। ଫଳରେ ପୂର୍ବ ଅପେକ୍ଷା ରାଜ୍ୟରେ ଆଇନ ଶୃଙ୍ଖଳା ଓ ମାଓବାଦୀ ସମସ୍ୟାରେ ବହୁ ସୁଧାର ଆସିଛି। ଆଗକୁ ମଧ୍ୟ ଏଭଳି ସ୍ଥିତି ଜାରି ରହିବ। ଯଦି ଆବଶ୍ୟକ ପଡ଼େ ଓଡ଼ିଶାରେ ଅଧିକ ସିଆର୍‌ପିଏଫ୍‌ ୟୁନିଟ୍‌ ମୁତୟନ ନେଇ ସମୀକ୍ଷା କରିବୁ। ସମସ୍ତ ସୁରକ୍ଷାବଳ ସହିତ ସମନ୍ବୟ ଠିକ୍‌ଠାକ୍‌ ରହିଛି। ଜନସାଧାରଣଙ୍କ ସହଯୋଗ ମଧ୍ୟ ଆଗ ଅପେକ୍ଷା ଭଲ ମିଳୁଛି। ତେଣୁ ଅପରେଶନରେ ସୁଫଳ ମିଳୁଛି। ରାଜ୍ୟରେ ଶାନ୍ତିଶୃଙ୍ଖଳା ଭଲ ରହିଛି। ଏଥିପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଯାହା ଚାହିଁବେ, ଆବଶ୍ୟକ କରିବେ ସେହି ଅନୁଯାୟୀ ପୂରା ସହଯୋଗ କରାଯିବ ବୋଲି ସିଆର୍‌ପିଏଫ୍‌ ଡିଜି ମାହେଶ୍ୱରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri