ମାଓପ୍ରବଣ ଅଞ୍ଚଳରେ ଯୋଗ ଅଭ୍ୟାସ କଲେ ବିଏସ୍‌ଏଫ୍‌ ଯବାନ

ମାଲକାନଗିରି,୧୬।୬: ଓଡ଼ିଶାର ମାଲକାନଗିରି ଜିଲାରେ ଥିବା ମାଓପ୍ରବଣ ଅଞ୍ଚଳରେ ବର୍ଡର ସୁକ୍ୟୁରିଟି ଫୋର୍ସ(ବିଏସ୍‌ଏଫ୍‌)ର ଯବାନମାନେ ରବିବାର ଯୋଗ ଅଭ୍ୟାସ କରିଥିବା ଦେଖାଯାଇଛି। ଆସନ୍ତ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଥିବା ବେଳେ ଏମାନେ ନିଜକୁ ସୁସ୍ଥ ରଖିବାକୁ ଯୋଗ ଅଭ୍ୟାସ କରିଛନ୍ତି। ଏଠାରେ ସେମାନେ ବିଭିନ୍ନ ଆସନ ଅଭ୍ୟାସ କରିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ଇଣ୍ଡୋ-ତିବତାନ ବର୍ଡର ପୋଲିସ (ଆଇଟିବିପି) ଲଦାଖର ୧୮ ହଜାର ଫୁଟ ଉପରେ ଯୋଗ ଅଭ୍ୟାସ କରିଛନ୍ତି। ସେଠାରେ ସେମାନେ ସୂର୍ଯ୍ୟ ନମସ୍କାର ସହ ଅନ୍ୟ ଯୋଗ ମଧ୍ୟ ଅଭ୍ୟାସ କରିଛନ୍ତି।