ମାଈ ହାତୀ ମୃତଦେହ ଉଦ୍ଧାର

ବନ୍ତଳା,୧୯।୩ (ଡି.ଏନ.ଏ.): ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ରେଞ୍ଜ ବାଘମୁଣ୍ଡା ରିଜର୍ଭ ଜଙ୍ଗଲରୁ ବୁଧବାର ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ଖବରପାଇ ସାତକୋଶିଆ ଡିଏଫଓ ରାମସ୍ବାମୀ ପି, ବାଘମୁଣ୍ଡା ବିଟର ଫରେଷ୍ଟର ଓ ବନକର୍ମଚାରୀ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ କରିଛନ୍ତି। ହାତୀର ବୟସ ୨୦ରୁ ୨୫ ବର୍ଷ ହେବ। ହାତୀକୁ ଦେଶୀ ବନ୍ଧୁକରେ ଛେର୍‌ରା ଗୁଳି କରାଯାଇଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡିଛି।