ମାଈହାତୀର ମୃତଦେହ ଠାବ

ଢେଙ୍କାନାଳ ଅଫିସ/ଭାପୁର,୧୬।୯(ଡି.ଏନ୍‌.ଏ.) : ଢେଙ୍କାନାଳ ଜିଲା ସଦର ରେଞ୍ଜ ଅଧିନସ୍ଥ ଭାପୁର ଅଞ୍ଚଳର କଦମପାଳ ଗ୍ରାମ ନିକଟ ମାଟିଆମୁଣ୍ଡିଆ ପାଦଦେଶରେ ସୋମବାର ସକାଳେ ବନ ବିଭାଗ ପକ୍ଷରୁ ଏକ ମାଈହାତୀର ମୃତଦେହ ଠାବ କରାଯାଇଛି। ତେବେ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଏନେଇ ତଦନ୍ତ ଜାରି ରହିଥିବା ବନ ବିଭାଗ ସୂତ୍ରରୁ ପ୍ରକାଶ।