Categories: ଫୁରସତ

ମାଇଲ ଖୁଣ୍ଟର ରଙ୍ଗ କାହିଁକି ଅଲଗା ହୋଇଥାଏ

ରାସ୍ତାରେ ଯିବା ସମୟରେ ନଜର ପଡେ ରାସ୍ତା କଡରେ ଥିବା ମାଇଲ୍‌ ଖୁଣ୍ଟ ଉପରେ। ଯେଉଁଥିରେ ଲେଖାଥାଏ ଏକ ସ୍ଥାନର ଦୂରତା। ହେଲେ ସମସ୍ତ ମାଇଲ ଖୁଣ୍ଟ ଏକା ରଙ୍ଗର ନ ହୋଇ ଭିନ୍ନ ଭିନ୍ନ ରଙ୍ଗର ହୋଇଥାଏ। ଏପରି କାହିଁକ ହୁଏ ତାହା ହୁଏତ ଅନେକଙ୍କୁ ଜଣା ନ ଥିବ।

ହଳଦିଆ ରଙ୍ଗ: ଯେଉଁଠି ଏହି ରଙ୍ଗର ମାଇଲ୍‌ ଖୁଣ୍ଟ ଲାଗିଥିବା ତାହା ଜାତୀୟ ରାଜପଥ। ଏହି ରାସ୍ତା ରାଜ୍ୟ ତଥା ସହର ମଧ୍ୟରେ ଯୋଗାଯୋଗ ହୋଇଥାଏ।

ସବୁଜ ରଙ୍ଗ: ଏହି ରଙ୍ଗ ଦେଖିଲେ ଜାଣିବେ ଜାତୀୟ ରଜପଥକୁ ରାଜ୍ୟ ରାଜପଥ ସହ ସଂଯୋଗ କରିଥାଏ। ଏହା ରାଜ୍ୟ ସହ ଜିଲାକୁ ସଂଯୋଗ କରିଥାଏ।

ନାରଙ୍ଗି ରଙ୍ଗ: ଏହା ସାଧାରଣତଃ ଏକ ଗାଉଁଲି ରାସ୍ତା। ବିଶେଷ କରି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଯେଉଁ ଗାଁ ସହ ସଂଯୋଗ କରାଯାଏ ସେଠାରେ ଏହି ନାରଙ୍ଗି ରଙ୍ଗର ମାଇଲ ଖୁଣ୍ଟ ଲାଗିଥାଏ।

କଳା ରଙ୍ଗ: ଏହି ରଙ୍ଗର ପଥର ବା ମାଇଲ ଖୁଣ୍ଟ ଦେଖିଲେ ଆପଣ ନିଶ୍ଚିତ ହେବା ଦରକାର ଯେ ଏହା କୌଣସି ଜିଲା ଅବା ବଡ ସହରକୁ ସଂଯୋଗ କରୁଛି।

Share