Categories: ଜାତୀୟ

ମାଇନସ୍‌ ୪୦ ଡିଗ୍ରୀରେ ତ୍ରିରଙ୍ଗା ଉଡାଇଥିଲେ ସହକାରୀ ସେନାଧ୍ୟକ୍ଷ ହୁନ୍‌

ଚଣ୍ଡିଗଡ଼,୭।୧: ୧୯୮୪ରେ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ‘ଅପରେଶନ ମେଘଦୂତ’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସହକାରୀ ସେନାଧ୍ୟକ୍ଷ(ଅବସରପ୍ରାପ୍ତ) ଜେନରାଲ ପିଏନ୍‌ ହୁନ୍‌ଙ୍କର ସୋମବାର ସନ୍ଧ୍ୟାରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ଅସୁସ୍ଥତା କାରଣରୁ ୨ ଦିନ ପୂର୍ବେ ତାଙ୍କୁ ପଞ୍ଚକୁଲା ଚାନ୍ଦିମନ୍ଦିରରେ ଥିବା କମାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ, ତାଙ୍କ ନେତୃତ୍ୱରେ ବିଶ୍ୱର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ରରେ ଭାରତ ପ୍ରଥମ ଯୁଦ୍ଧରେ ବିଜୟୀ ହୋଇଥିଲା। ପାକିସ୍ତାନ ଅଧିନରେ ଥିବା ସିଆଚେନ୍‌ ଓ ଏହାର ଆଖପାଖର ସମସ୍ତ ଗ୍ଲାସିୟରକୁ ଭାରତ ଅଧିନକୁ ଆଣି ପ୍ରଥମେ ତ୍ରିରଙ୍ଗା ଉଡାଇଥିଲେ ହୁନ୍‌।

Share