ଆଜି ବିଶ୍ୱ ମସ୍ତିଷ୍କ ଦିବସ : ଜାଣନ୍ତୁ ‘ମାଇଗ୍ରେନ୍‌’ ରୋଗର କାରଣ, ନିରାକରଣ

ଆମ ଶରୀରର ପ୍ରମୁଖ ଅଙ୍ଗ ମଧ୍ୟରୁ ମସ୍ତିଷ୍କ ଅନ୍ୟତମ। ଏହା ସୁସ୍ଥ ରହିଲେ ଆମର ଶାରୀରିକ ପ୍ରକ୍ରିୟା ସୁଚାରୁରୂପେ ଚାଲିଥାଏ। ମସ୍ତିଷ୍କ ସମ୍ପର୍କିତ ରୋଗ, ତାହାର କାରଣ ଏବଂ ଚିକିତ୍ସା ବିଷୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୨କୁ ବିଶ୍ୱ ମସ୍ତିଷ୍କ ଦିବସ (ଓ୍ବାଲର୍‌ଡ ବ୍ରେନ୍‌ ଡେ) ଭାବରେ ପାଳନ କରାଯାଇଥାଏ। ଏହି ଅବସରରେ ଚଳିତବର୍ଷର ଥିମ ରହିଛି ‘ମାଇଗ୍ରେନ୍‌ : ଦ ପେନ୍‌ଫୁଲ୍‌ ଟ୍ରୁଥ’। ଶରୀରର ଅନ୍ୟ ଅଙ୍ଗ ଅପେକ୍ଷା ମୁଣ୍ଡବିନ୍ଧା ଯନ୍ତ୍ରଣାକୁ ଏକ ସାଧାରଣ ରୋଗ ଭାବେ ଧରାଯାଇଥାଏ।

ତେବେ ବେଳେବେଳେ ଏହି ମୁଣ୍ଡବିନ୍ଧା ଅତିଶୟ ହୋଇ ବାନ୍ତି ସାଙ୍ଗକୁ ଆଖିକୁ ସାମୟିକ ଭାବେ ଦେଖାଯାଏ ନାହିଁ। ସେହିପରି ଦୈନନ୍ଦିନ କାମର ଚାପ ବଢ଼ିବାରେ ଲାଗିଛି ଏବଂ ଏହି ପରିପ୍ରେକ୍ଷୀରେ ଥରେ ମୁଣ୍ଡବିନ୍ଧା ଆରମ୍ଭ ହୋଇଗଲେ ଘଣ୍ଟାଏ କି ଓଳିଏ ନୁହେଁ, ସମ୍ପୂର୍ଣ୍ଣ ୧ ଦିନ କିମ୍ବା ତା’ଠାରୁ ବେଶିଦିନ ପର୍ଯ୍ୟନ୍ତ ଅତିଶୟ ମୁଣ୍ଡ ଯନ୍ତ୍ରଣା ଅନୁଭୂତ ହୋଇଥାଏ।

ମୁଣ୍ଡବ୍ୟଥା ସାଧାରଣତଃ ଦୁଇ ପ୍ରକାର :- ପ୍ରାଥମିକ (ପ୍ରାଇମେରୀ) ମୁଣ୍ଡବ୍ୟଥା ଏବଂ ସେକେଣ୍ଡାରୀ ମୁଣ୍ଡବ୍ୟଥା। ପ୍ରାଥମିକ ମୁଣ୍ଡବିନ୍ଧାରେ ଏହାର ପ୍ରକୃତ କାରଣ ଜଣା ପଡି ନ ଥାଏ। ସେକେଣ୍ଡାରୀ ମୁଣ୍ଡବ୍ୟଥା, ଯେଉଁଠାରେ ମସ୍ତିଷ୍କଜନିତ ବିଭିନ୍ନ ସମସ୍ୟା ଯଥା- ବ୍ରେନ୍‌ ଟ୍ୟୁମର, ବ୍ରେନ୍‌ ହାମରେଜ, ମେନିନଜାଇଟିସ୍‌ ଇତ୍ୟାଦି କାରଣରୁ ହିଁ ମୁଣ୍ଡବିନ୍ଧା ଅତିଶୟ ହୋଇଥାଏ।
ମାଇଗ୍ରେନ୍‌ଜନିତ ସମସ୍ୟାରେ ଆକ୍ରାନ୍ତ ବ୍ୟକ୍ତି ସାଧାରଣତଃ ଘଣ୍ଟା ଘଣ୍ଟା ଧରି ଉପବାସ ରହିବା, ସୂର୍ଯ୍ୟକିରଣ / ଖରାରେ ବହୁ ସମୟ ବୁଲିବା, ମାନସିକ ଚାପ, ଅତ୍ୟଧିକ କଫି ସେବନ କରିବା ଏବଂ ଅତ୍ୟଧିକ ମଦ୍ୟପାନ କରିବା ସାଙ୍ଗକୁ ରାତ୍ରି ଅନିଦ୍ରା ରହିବା ଯୋଗୁ ଏହିପରି ସମସ୍ୟା ଦେଖା ଦେଇଥାଏ। ଏହା ପୁରୁଷଙ୍କ ଅପେକ୍ଷା ସ୍ତ୍ରୀ ଲୋକଙ୍କ କ୍ଷେତ୍ରରେ ଅଧିକ ଦେଖାଦେଇଥାଏ।
ଏହି ରୋଗର ନିର୍ଦ୍ଦିଷ୍ଟ କାରଣ ଜାଣିବା ପାଇଁ ରକ୍ତ ଓ ରକ୍ତଚାପ ପରୀକ୍ଷା, ସିଟି ସ୍କାନ, ଏମ୍‌ଆରଆଇ ସ୍କାନ ସହ ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା କରାଯାଇଥାଏ।
ପ୍ରାଥମିକ ଲକ୍ଷଣ : ମାଇଗ୍ରେନ୍‌ ବା ଅର୍ଦ୍ଧକପାଳିଜନିତ ମୁଣ୍ଡବିନ୍ଧା ପୂର୍ବରୁ କିଛି ଲୋକଙ୍କୁ ଦୃଷ୍ଟିଗତ ସମସ୍ୟା ଦେଖା ଯାଇଥାଏ। ସୂର୍ଯ୍ୟକିରଣ କିମ୍ବା ଲାଇଟ୍‌କୁ ଚାହିଁଲେ ଅତ୍ୟଧିକ ମୁଣ୍ଡବିନ୍ଧା ହୋଇଥାଏ।
ଚତୁଃପାର୍ଶ୍ୱ ଘୂରିବା ଭଳି ଲାଗେ ଏବଂ ବାନ୍ତି ହୁଏ। ତେବେ ଏହି ରୋଗରୁ ମୁକ୍ତି ପାଇବାକୁ ହେଲେ ଭୋକ ଲାଗିବା ସମୟରେ ଆହାର ନେବା ଜରୁରୀ।
ଅତ୍ୟଧିକ ସମୟ ଉପବାସରେ ନ ରହିବା ଭଲ। ଅଧିକ ରାତ୍ରି ଉଜାଗର ନ ରହିବା ଦରକାର। ମାନସିକ ଚାପରୁ ଦୂରେଇ ରହିବା ଆବଶ୍ୟକ। ପ୍ରତିଦିନ ନିୟମିତ ବ୍ୟାୟାମ ତଥା ଯୋଗ, ପ୍ରାଣାୟାମ କଲେ ଅଧିକ ସୁଫଳ ମିଳିଥାଏ। ନିଶାଦ୍ରବ୍ୟ ସେବନଠାରୁ ନିଜକୁ ଦୂରେଇ ରଖିବା ଦରକାର। ଅତ୍ୟଧିକ କଫି କିମ୍ବା କଫି ଜାତୀୟ ଦ୍ରବ୍ୟ ଏବଂ କୋଲ୍ଡଡ୍ରିଙ୍କସଠାରୁ ଦୂରେଇ ରୁହନ୍ତୁ। ପ୍ରଥମତଃ ମୁଣ୍ଡବିନ୍ଧାର କାରଣକୁ ନିରୂପଣ କରନ୍ତୁ। ତାହାପରେ ଜଣେ ବିଜ୍ଞ ସ୍ନାୟବିକ ବିଶେଷଜ୍ଞଙ୍କୁ ପରାମର୍ଶ କରି ଔଷଧ ଖାଆନ୍ତୁ। ଏହାବ୍ୟତୀତ ଅତ୍ୟଧିକ ଚାପ କିମ୍ବା ଅନ୍ୟ କେତେଗୁଡିଏ କାରଣରୁ ମଧ୍ୟ ମାଇଗ୍ରେନର ସମସ୍ୟାା ଦେଖା ଦେଇଥାଏ। କିନ୍ତୁୁ ଆମ୍ଭେ ଏହାକୁ ଅବହେଳା କରି ନେଇଥାଉ କିମ୍ବା ଯେ କୌଣସି ମେଡିସିନ୍‌ ଦୋକାନରୁ ପଚାରି ମେଡିସିନ ବ୍ୟବହାର କରିଥାଉ, ଯାହାଫଳରେ ମୁଣ୍ଡବିନ୍ଧା ସେହି କ୍ଷଣିକ ସମୟ ପାଇଁ କମି ଯାଇଥାଏ। କିନ୍ତୁ ଏହାର କାରଣ ନିରୂପଣ ନ କଲେ କିମ୍ବା ସ୍ନାୟୁରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ ନ କଲେ, ଏହି ମୁଣ୍ଡବିନ୍ଧା କେବେକେବେ ଜଟିଳ ରୂପ ଧାରଣ କରିଥାଏ। ତେଣୁ ମୁଣ୍ଡବିନ୍ଧା ସମସ୍ୟାକୁ ସାଧାରଣ ସମସ୍ୟା ବୋଲି ନ ଧରି ଏହାର ପ୍ରାରମ୍ଭରୁ ହିଁ ଚିକିତ୍ସା କରାଇ ନେବା ଆବଶ୍ୟକ ରହିଛି।

ଡା. ମିତାଲୀ କର
-ସ୍ନାୟୁରୋଗ ବିଶେଷଜ୍ଞ, କେୟାର ହସ୍‌ପିଟାଲ, ଚନ୍ଦ୍ରଶେଖରପୁର,ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri