ମହେଶ ସାହୁ ୨୦୨୬୩ ଭୋଟରେ ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ଲୋକ ସଭା ଆସନରେ ୧୬ତମ ରାଉଣ୍ଡ ଭୋଟ ଗଣତି ଫଳାଫଳ ପ୍ରକାଶ ପାଇଛି। ୭ ଲକ୍ଷ ୫୮ ହଜାର ୧୯୨ଟି ଭୋଟ ଗଣତି ହୋଇଛି। ବିଜେଡି ପ୍ରାର୍ଥୀ ମହେଶ ସାହୁ ୩ ଲକ୍ଷ ୪୮ ହଜାର ୯୮୪ ଭୋଟ ପାଇ ଆଗୁଆ ଅଛନ୍ତି। ଭାଜପାର ରୁଦ୍ରନାରାୟଣ ପାଣି ୩ ଲକ୍ଷ ୨୮ହଜାର ୭୨୧ ଖଣ୍ଡ ଭୋଟ ସହ ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। କଂଗ୍ରେସ ପ୍ରାର୍ଥୀ କାମାକ୍ଷା ପ୍ରସାଦ ସିଂଦେଓ ୪୮ ହଜାର ୭୭୫ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି। ମହେଶ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରୁଦ୍ରନାରାୟଣଙ୍କଠାରୁ ୨୦,୨୬୩ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।