Posted inଖେଳ

ମହୀତୋଷଙ୍କୁ ଫିଡେ ମାଷ୍ଟର ଟାଇଟଲ୍‌

ଭୁବନେଶ୍ୱର, ୬।୧୦(ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା ଚେସ୍‌ ପାଇଁ ଖୁସି ଖବର। ଚେସ୍‌ ତାରକା ମହୀତୋଷ ଦେ’ଙ୍କୁ ଫିଡେ ମାଷ୍ଟର ଟାଇଟଲ୍‌ ମିଳିଛି। ଗତ ୨ ବର୍ଷ ଧରି ବିଦେଶ ମାଟିରେ ଲଗାତର ସଫଳତା ହାସଲ କରିବା ପରେ ୧୪ ବର୍ଷୀୟ ମହୀତୋଷଙ୍କୁ ଏହି ଟାଇଟଲ୍‌ ମିଳିଛି। ବର୍ତ୍ତମାନ ତାଙ୍କର ୟେଲୋ ରେଟିଂ ପଏଣ୍ଟ ୨୩୧୬ ରହିଛି। ଇତିମଧ୍ୟରେ ମହୀତୋଷ ଦୁବାଇ ଓପନ୍‌, ଶାରଜା ଓପନ୍‌, ଆବୁଧାବି ଓପନ୍‌, ମାଲେସିଆ ଓପନ୍‌, ରୋମ୍‌ ଓପନ୍‌, ସନ୍‌ଓ୍ବେ ସିଟ୍‌ଜେସ ଓପନ୍‌, ରୋକଲୋ ମାଷ୍ଟର୍ସ କପ୍‌, ସ୍ଲିମବର୍ଗ ମାଷ୍ଟର୍ସ କପ୍‌, ଭିଏନା ଓପନ୍‌, ଇନ୍‌ସବ୍ରୁକ ଓପନ୍‌ରେ ଅଂଶଗ୍ରହଣ କରି ନିଜର ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଫଳରେ ନିଜ ଦକ୍ଷତା ବଢ଼ାଇବା ସହ ସେ ଫିଡେ ମାଷ୍ଟର ଯୋଗ୍ୟତା ଅର୍ଜନ କରିଛନ୍ତି। ୨୦୧୨ରେ ଜାତୀୟ ଚେସ୍‌ରେ ରନର୍ସଅପ୍‌ ହୋଇ ମହୀତୋଷ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଅନେକ ପଦକ ଜିତିଥିଲେ। ‘ଆଗକୁ ଅନ୍ତର୍ଜାତୀୟସ୍ତରରେ ବିଭିନ୍ନ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବା ସହ ଆଇଏମ୍‌ ଓ ଜିଏମ୍‌ ଟାଇଟଲ ହାସଲ କରିବାକୁ ଲକ୍ଷ୍ୟ ରଖିଛି’ ବୋଲି ମହୀତୋଷ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସେ ବର୍ତ୍ତମାନ ଗ୍ରାଣ୍ଡମାଷ୍ଟର ସ୍ବୟଂସୁ ମିଶ୍ର ଓ ଫାରୁକ୍‌ ଅମାନଟୋଭଙ୍କ ନିକଟରୁ ପ୍ରଶିକ୍ଷଣ ନେଉଛନ୍ତି। ଭବିଷ୍ୟତରେ ଦେଶ ବିଦେଶରେ ଖେଳି ଓଡ଼ିଶା ତଥା ଦେଶର ସୁନାମ ବୃଦ୍ଧି କରିବାକୁ ଇଚ୍ଛୁକ ଥିବା ମହୀତୋଷ ଏଥିପାଇଁ ରାଜ୍ୟ ସରକାର ତଥା ଅନ୍ୟ ପ୍ରାୟୋଜକଙ୍କର ସହାୟତା ଲୋଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୫ ବର୍ଷୀୟା ନାବାଳିକାଙ୍କୁ ଯୌନଶୋଷଣ, ଜେଲ୍ ଗଲେ ଏହି କ୍ରିକେଟର୍

କାନବେରା,୧୨।୮: ଅଷ୍ଟ୍ରେଲିଆ କ୍ରିକେଟର ଆରନ୍ ସମର୍ସ (Aaron Summers) ୧୫ ବର୍ଷର ଜଣେ ନାବାଳିକା ସହ ଯୌନ ଶୋଷଣ କରିଥିବା ଅଭିଯୋଗରେ ୧୦ ମାସର ଜେଲ୍ ଦଣ୍ଡ…

ଯେଉଁ ଟିମକୁ ଦିନେ କରିଥିଲେ ମନା, ଏବେ ସେଇ ଟିମକୁ ଫେରିବାକୁ ଚାହୁଁଛନ୍ତି ପାଣ୍ଡ୍ୟା! ରଖିଲେ ଏମିତି ସର୍ତ୍ତ, ଟିମ କହିଲା-ଆସ ନାହିଁ…

ମୁମ୍ବାଇ,୧୨,୮: ଇଣ୍ଡିଆନ ପ୍ରିମିୟର୍‌ ଲିଗ (ଆଇପିଏଲ) ୨୦୨୭ ପାଇଁ ଟ୍ରେଡ ଲିଷ୍ଟ ଆସିବା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ହାର୍ଦ୍ଦିକ ବର୍ତ୍ତମାନ ପାଞ୍ଚ…

ଟାଇଟଲ ପ୍ରତ୍ୟାହାର, ୩ ବର୍ଷ ବାସନ୍ଦ ହେଲେ ଏହି ଆଥଲେଟ୍‌, ଜାଣନ୍ତୁ…

କୋଲୋରାଡୋ ସ୍ପ୍ରିଙ୍ଗ୍ସ,୧୧।୮: ବ୍ଲଡ ଡୋପିଙ୍ଗ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ୧,୫୦୦ମିଟର ଚାମ୍ପିୟନ ଜୋନା କୋଚ୍‌ଙ୍କଠାରୁ ଟାଇଟଲ ପ୍ରତ୍ୟାହାର କରି ନିଆଯିବା ସହ…

ବିବାହ ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଏହି କ୍ରିକେଟର୍‌ଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୧।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବଙ୍ଗଳା କ୍ରିକେଟର ଅଭିଷେକ ପୋରେଲଙ୍କୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆପରାଧିକ…

ରୋହିତ ଶର୍ମାଙ୍କ ସନ୍ନ୍ୟାସ ନେବା ପକ୍କା? ଏହି ଖୁସି ଖବର ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମନ ଭାଙ୍ଗିଦେବ!

ନୂଆଦିଲ୍ଲୀ, ୧୧।୮: ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ତୃତୀୟ ଦିନିକିଆ ମ୍ୟାଚରେ ଏହି ଭାରତୀୟ ଖେଳାଳି ଏକ ଚମତ୍କାର ଶତକ…

ଅଜିଙ୍କ୍ୟ ରାହାଣେଙ୍କ ସନ୍ନ୍ୟାସରେ ଚକିତ ହୋଇଯାଇଥିଲେ ସଚିନ! ଦୁହିଁଙ୍କ କଥାବାର୍ତ୍ତାର ହେଲା ଖୁଲାସା

ନୂଆଦିଲ୍ଲୀ, ୧୧।୮: ଗତ କିଛି ସପ୍ତାହ ଧରି ଅଜିଙ୍କ୍ୟ ରାହାଣେ ବେଶ ଚର୍ଚ୍ଚାରେ ଅଛନ୍ତି। ଗତ ଜୁଲାଇ ୩୦ ତାରିଖରେ ସେ ଅବସର ଘୋଷଣା କରିଥିଲେ। ଏହାସହ…

କ୍ରିକେଟ ପରେ ଟିଭି ପରଦାରେ ‘ହିଟମ୍ୟାନ୍’ଙ୍କ ଜଲୱା: ଛୋଟ ପରଦାରେ ଡେବ୍ୟୁ କରିବେ ରୋହିତ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ କ୍ୟାପ୍ଟେନ୍ ରୋହିତ ଶର୍ମା ଆନ୍ତର୍ଜାତୀୟ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ନୂଆ ରୂପରେ ନଜର…

ଗାଙ୍ଗୁଲିଙ୍କ ଜୀବନ ପ୍ରତି ବିପଦ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ହତ୍ୟା ଧମକ ମିଳିଛି। ବର୍ତ୍ତମାନ କ୍ରିକେଟ ଆସୋସିଏସନ ଅଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri