Categories: ଖେଳ

ମହିଳା ହକି: ଭାରତ-ବେଲାରୁଷ ମ୍ୟାଚ ଡ୍ର

ବାରାନୋଭିଚି (ବେଲାରୁଷ), ୧୪।୬ (ପି.ଟି.)- ଭାରତର ଜୁନିୟର ମହିଳା ହକି ଦଳ ଏଠାରେ ଶୁକ୍ରବାର ଖେଳାଯାଇଥିବା ବେଲାରୁଷର ସିନିୟର ମହିଳା ଦଳ ବିପକ୍ଷ ମ୍ୟାଚକୁ ୧-୧ରେ ଅମୀମାଂସିତ ରଖିଛି। ଏହି ଡ୍ର ଦ୍ୱାରା ବେଲାରୁଷ ଚଳିତ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୧ରେ ଅଗ୍ରଣୀ ରହିଛି। ପ୍ରଥମ କ୍ୱାର୍ଟର ଖେଳ ଗୋଲ ଶୂନ୍ୟ ଭାବେ ଶେଷ ରହିଥିଲା। ୨୩ତମ ମିନିଟ୍‌ରେ ୟୁଲିୟା ମିଖେଚିକ୍‌ ଏକ ଗୋଲ ସ୍କୋର କରି ଆୟୋଜକ ଦଳକୁ ପ୍ରଥମ ଅଗ୍ରଣୀ କରାଇଥିଲେ। ପରେ ଭାରତ ଏକ ପେନାଲ୍ଟି କର୍ନର ପାଇଥିଲେ ମଧ୍ୟ ଗୋଲ କରିବାରେ ଅସଫଳ ରହିଥିଲା। ଏହାର କିଛି କ୍ଷଣ ପରେ ଆଉ ଏକ ସୁଯୋଗ ମିଳିଥିଲା। ରେଫରି ଭାରତକୁ ଏକ ପେନାଲ୍ଟି ଷ୍ଟ୍ରୋକ୍‌ ମାରିବାକୁ ଦେଇଥିଲେ। ଗଗନଦୀପ କୌର ଗୋଲରେ ପରିଣତ କରିବାରେ ସଫଳ ରହିଥିଲେ ଏବଂ ମ୍ୟାଚକୁ ୧-୧ ସ୍ତରକୁ ନେଇ ଆସିଥିଲେ। ଏହି ସ୍ଥିତି ଖେଳ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା। ଭାରତୀୟ ଜୁନିୟର ଦଳ ଏହାର ଅନ୍ତିମ ଟୁର୍‌ ମ୍ୟାଚ ଜୁନ୍‌ ୧୫ ବେଲାରୁଷ ଡେଭଲପମେଣ୍ଟ ମହିଳା ଟିମ୍‌ ବିପକ୍ଷରେ ଖେଳିବ।

Share