Posted inଖେଳ

ମହିଳା ହକି: ଜାତୀୟ ଶିବିରରେ ଓଡ଼ିଶାରୁ ୪

ନୂଆଦିଲ୍ଲୀ, ୧୪।୭ (ପି.ଟି.)- ଜାତୀୟ ସିନିୟର ମହିଳା ହକି ଦଳର କୋଚିଂ କ୍ୟାମ୍ପ୍‌ ଲାଗି ଶନିବାର ହକି ଇଣ୍ଡିଆ ପକ୍ଷରୁ ୩୩ ଜଣିଆ କୋର୍‌ ଗ୍ରୁପ୍‌ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଓଡ଼ିଶାର ୪ ଜଣ ଖେଳାଳି ଦୀପ୍‌ଗ୍ରେସ ଏକ୍କା, ସୁନୀତା ଲାକ୍ରା, ରଶ୍ମିତା ମିଞ୍ଜ ଓ ଲିଳିମା ମିଞ୍ଜ ସ୍ଥାନ ପାଇଛନ୍ତି। ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ସେଣ୍ଟରରେ ସୋମବାରଠାରୁ ଏହି ଶିବିର ଆରମ୍ଭ ହେବ। ଚାରି ସପ୍ତାହବ୍ୟାପୀ ହେବାକୁ ଥିବା ଏହି ଶିବିର ଲାଗି ସମସ୍ତ ଖେଳାଳି ମୁଖ୍ୟ ପ୍ରଶିକ୍ଷକ ଜୋର୍ଡ ମାରିଜନେଙ୍କ ନିକଟରେ ରିପୋର୍ଟିଂ କରିବା ପାଇଁ ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଅଗଷ୍ଟ ୧୧ରେ ଏହି କ୍ୟାମ୍ପ୍‌ ସମାପ୍ତ ହେବାପରେ ଭାରତୀୟ ହକି ଦଳ ୨୦୨୦ ଟୋକିଓ ଅଲିମ୍ପିକ ଲାଗି ହେବାକୁ ଥିବା ଟେଷ୍ଟ ଇଭେଣ୍ଟ ଖେଳିବା ପାଇଁ ଜାପାନ ଗସ୍ତ କରିବ। ସେଠାରେ ଅଗଷ୍ଟ ୧୭ରୁ ଏହି ଇଭେଣ୍ଟ ଆରମ୍ଭ ହେବ। ଯେଉଁଥିରେ ଆୟୋଜକ ଜାପାନ ସମେତ ଭାରତ, ଅଷ୍ଟ୍ରେଲିଆ ଓ ଚାଇନା ଅଂଶଗ୍ରହଣ କରିବେ। ଉଦ୍‌ଘାଟନୀ ଦିବସରେ ଭାରତ ଆୟୋଜକ ଜାପାନକୁ ଭେଟିବ। ଏହାପରେ ଅଗଷ୍ଟ ୧୮ରେ ଅଷ୍ଟ୍ରେଲିଆ, ଅଗଷ୍ଟ ୨୦ରେ ଚାଇନା ବିପକ୍ଷରେ ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ରହିଛି। ‘ଅଷ୍ଟ୍ରେଲିଆ, ଚାଇନା ଓ ଆୟୋଜକ ଜାପାନ ବିପକ୍ଷରେ ଖେଳି ଆମେ ଆମର ଖେଳରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛୁ। ଏଥିସହ ଏଫ୍‌ଆଇଏଚ୍‌ ଅଲିମ୍ପିକ କ୍ୱାଲିଫାୟର ପୂର୍ବରୁ ଏହା ଆମ ପାଇଁ ଭଲ ପ୍ରସ୍ତୁତି ସଦୃଶ ହେବ’ ବୋଲି ମାରିଜନେ କହିଛନ୍ତି। ଚଳିତ ବର୍ଷ ଅନ୍ତିମ ଭାଗରେ ଏଫ୍‌ଆଇଏଚ୍‌ ଅଲିମ୍ପିକ କ୍ୱାଲିଫାୟର ଅନୁଷ୍ଠିତ ହେବ।
ସମ୍ଭାବ୍ୟ କୋର୍‌ ଗ୍ରୁପ୍‌:
ଗୋଲକିପର- ସବିତା, ରଜନୀ ଏଟିମାରପୁ, ବିଛୁ ଦେବୀ ଖରିବାମ୍‌।
ଡିଫେଣ୍ଡର୍ସ- ଦୀପ୍‌ଗ୍ରେସ ଏକ୍କା, ରୀନା ଖୋଖର, ସୁମଦ ଦେବୀ ଥୋଉଡାମ, ସୁନୀତା ଲାକ୍ରା, ସାଲିମା ଟେଟେ, ମନପ୍ରୀତ୍‌ କୌର, ଗୁର୍‌ଜିତ୍‌ କୌର, ରଶ୍ମିତା ମିଞ୍ଜ, ମହିମା ଚୌଧାରୀ ଓ ନିଶା।
ମିଡ୍‌ଫିଲ୍ଡର୍ସ- ନିକ୍କି ପ୍ରଧାନ, ମୋନିକା, ନେହା ଗୋଏଲ, ଲିଳିମା ମିଞ୍ଜ, ସୁଶୀଳା ଚାନୁ ପୁରଖବାମ, ଚେତନା, ରୀତା, ଅଞ୍ଜୁ ସିଂ, କରିଶ୍ମା ଯାଦବ ଓ ସୋନିକା।
ଫରଓ୍ବାଡର୍‌ସ- ରାଣୀ, ଲାଲରେମସିଆମି, ବନ୍ଦନା କାଟାରିୟା, ନବଜୋତ୍‌ କୌର, ନବନୀତ୍‌ କୌର, ରାଜବିନ୍ଦର କୌର, ଜ୍ୟୋତି, ଶର୍ମିଳା ଦେବୀ, ଅମନଦୀପ୍‌ କୌର ଓ ପ୍ରିୟଙ୍କା ଓ୍ବାଙ୍ଖଡେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri