ମହିଳା ମାଛ ବ୍ୟବସାୟୀ: ଚିଲିକା ମାଛର କେନ୍ଦୁଝରରେ ଚାହିଦା

କେନ୍ଦୁଝର, ୧୩ା୧(ସ୍ବ.ପ୍ର.)- କେନ୍ଦୁଝର ସହରରେ ଚିଲିକା ମାଛର ଚାହିଦା ବଢୁଛି ା କମ୍‌ ଦାମ୍‌ରେ ଚିଲିକା ମାଛ ମିଳୁଥିବାରୁ କେନ୍ଦୁଝରବାସୀ ବେଶ୍‌ ଖୁସି ା ଚିଲିକାର ଚିଙ୍ଗୁଡ଼ି, ଇଲିଶ, କଙ୍କଡ଼ା, ଚୂନା, ପାତୁଆ, କଇଁଗି ଆଦି ମାଛ ଏଠାରେ ଉପଲବ୍ଧ ହେଉଛି ା ମହିଳା ବ୍ୟବସାୟୀ ଟ୍ରେନ୍‌ ଯୋଗେ ବାଲୁଗାଁରୁ ମାଛ ନେଇ କେନ୍ଦୁଝର ସହରକୁ ଆସନ୍ତି ଏବଂ ଧୋବାଡିହା ଛକ ନିକଟରେ ବିକିଥାନ୍ତି ା ତାଙ୍କୁ ସହାୟତା କରିବାକୁ ଆଉ ଜଣେ ମହିଳା ଆସିଥାନ୍ତି। ସପ୍ତାହରେ ପ୍ରାୟ ୨ଥର ବିଶେଷକରି ବୁଧବାର ଓ ରବିବାର ମାଛ ଆଣି ବିକିଥାନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଆମ୍ମା ବୋଲି ଡାକିଥାନ୍ତି। ବିଭିନ୍ନ ପ୍ରକାର ମାଛ ଆଣି ବିକି ଫେରିଯାଆନ୍ତି। ଅନେକ ସମୟରେ କେନ୍ଦୁଝରରେ ରହିବାକୁ ପଡ଼େ ା ଏଣୁ ଘର ଭଡ଼ା ନେଇଥିବା କୁହନ୍ତି ା ଯେଉଁମାନେ ଜାଣିଛନ୍ତି ସେମାନେ ମାଛ ପାଇଁ ଠିକ୍‌ ସମୟରେ ପହଞ୍ଚି ଯାଆନ୍ତି ା ମାଛ ଦେଖି ଦାମ୍‌ ା ଛୋଟ ଚିଙ୍ଗୁଡି ସବୁଠାରୁ ଅଧିକ ଚାହିଦା ଥାଏ। ଇଲିଶ କିଲୋ ପାଖାପାଖି ୪୦୦ରୁ ୫୦୦ ଟଙ୍କା ବୋଲି କୁହନ୍ତି ା ସବୁବେଳେ ପୁରୁଷ ମାଛ ଚାଷୀ ବା ବ୍ୟବସାୟୀ ମାଛ ବିକିଥାନ୍ତି। ତେବେ ଜଣେ ମହିଳା ବ୍ୟବସାୟୀ ବହୁ ଦୂରରୁ ମାଛ ଆଣି ଏଠାରେ ବିକିବା କେନ୍ଦୁଝର ପାଇଁ ନିଆରା ବୋଲି ମତପ୍ରକାଶ ପାଉଛି। ଅନେକ ସମୟରେ ସ୍ଥାନୀୟ ମାଛ ବ୍ୟବସାୟୀଙ୍କ ନାଲିଆଖିର ଶିକାର ହୋଇଥାନ୍ତି। ଚିଲିକା ମାଛ ଓ ସମୁଦ୍ର ମାଛ ମଧ୍ୟରେ ତଫାତ୍‌ ରହିଛି ା ସମୁଦ୍ର ମାଛ ଅପେକ୍ଷା ଚିଲିକା ମାଛର ଚାହିଦା ଅଧିକ ବୋଲି କୁହନ୍ତି ସ୍ଥାନୀୟ ଲୋକେ। ଏହାର ସ୍ବାଦ ମଧ୍ୟ ଭଲ ହୋଇଥାଏ। ଯିଏ ଥରେ ଖାଇଛି ସିଏ ଜାଣିଛି। ତେବେ ମାଂସ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପକ୍ଷେ ହିତକର। ବିଶେଷକରି ଦେଶୀ (ପୋଖରୀ, ଡ୍ୟାମ୍‌) ମାଛର ଦାମ୍‌ ଅଧକ ଥାଏ। ସେହିପରି କମ୍‌ ଦାମ୍‌ ହେତୁ ଆନ୍ଧ୍ର ମାଛର ଚାହିଦା ମଧ୍ୟ ରହିଛି ା ଅନେକ ସମୟରେ ପାରାଦୀପ, ଭଦ୍ରକ ଆଦି ଅଞ୍ଚଳରୁ ସମୁଦ୍ର ମାଛ ଆସିଥାଏ ବୋଲି ସ୍ଥାନୀୟ ମାଛ ବ୍ୟବସାୟୀ ନବୀନ ନାଏକ କୁହନ୍ତି।