Categories: ଜାତୀୟ

ମହିଳା ପୋଲିସଙ୍କୁ ମାଡ଼ ଘଟଣା: ଗିରଫ ହେଲେ ଟିଆର୍‌ଏସ୍‌ ବିଧାୟକଙ୍କ ଭାଇ

ହାଇଦ୍ରାବାଦ,୧।୭: ତେଲେଙ୍ଗାନା ପୋଲିସ ଓ ବନ ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆର୍‌ଏସ୍‌)ର ଜଣେ ନେତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। କୋମାରାମ ଭୀମ ଆସିଫାବାଦ ଜିଲାରେ ରବିବାର ବନ କର୍ମଚାରୀ ଓ ପୋଲିସ ଉପରକୁ ଟିଆର୍‌ଏସ୍‌ ନେତା ଓ କର୍ମୀମାନେ ଆକ୍ରମଣ କରିଥିଲେ। ଏମିତିକି ଟ୍ରାକ୍ଟର ଉପରେ ଥିବା ଜଣେ ମହିଳା ପୋଲିସ କର୍ମୀଙ୍କୁ ଅତି ଅମାନବୀୟ ଭାବେ ଲାଠିରେ ମାଡ ମାରିଥିଲେ। ଏହାର ଏକ ଭିଡିଓ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ କହିଥିଲେ। ଏହାପରେ ଜିଲା ପରିଷଦର ଉପାଧ୍ୟକ୍ଷ କେ.କୃଷ୍ଣ ରାଓଙ୍କୁ ଗିରଫ କରାଯାଇଛି। ହତ୍ୟା ଉଦ୍ୟମ, ଗାଡିର କ୍ଷତି ଘଟାଇଥିବା ଓ ସରକାରୀ କର୍ମଚାରୀଙ୍କୁ ଡ୍ୟୁଟି କରିବାକୁ ରୋକିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

Share