Posted inଖେଳ

ମହିଳା ପର୍ବତାରୋହୀ କଳ୍ପନା ଦାଶ ମୃତ

ଭୁବନେଶ୍ୱର,୨୪।୫(ସ୍ପୋଟର୍‌ସ ବ୍ୟୁରୋ)- ସାରା ଭାରତରେ ନିର୍ବାଚନୀ ଉଷ୍ମତା ଛାଇ ରହିଥିବାବେଳେ ଓଡ଼ିଶା କ୍ରୀଡ଼ା ପାଇଁ ଆସିଛି ଏକ ଦୁଃଖଦ ଖବର। ରାଜ୍ୟର ପ୍ରଥମ ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାଶଙ୍କର ଗୁରୁବାର ପରଲୋକ ଘଟିଛି। ୪୯ ବର୍ଷୀୟା ମହିଳା ପର୍ବତାରୋହୀ କଳ୍ପନା ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟର ଶିଖରରୁ ଅବତରଣ କରୁଥିବା ବେଳେ ଅସୁସ୍ଥ ହୋଇ ପଡିଥିଲେ ଓ ଏଭରେଷ୍ଟ ବାଲକୋନି ଏରିଆରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। କଳ୍ପନା, ନେପାଳର କାଞ୍ଚି ମାୟା ତମାଙ୍ଗ ଓ ଚାଇନାର ଲିୟାମୁ ମା ଗୁରୁବାର ମଧ୍ୟାହ୍ନ ୧୨ଟା ୫୫ରେ ଏଭରେଷ୍ଟ ଶିଖରରେ ପହଞ୍ଚିଥିଲେ। ତେବେ ସେଠାରୁ ଅବତରଣ କରିବା ବେଳେ ଏହି ଅଘଟଣ ଘଟିଛି ବୋଲି ସେଠାକାର ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ମୀରା ଆଚାର୍ଯ୍ୟ କହିଛନ୍ତି। କଳ୍ପନା ୩ଜଣିଆ ମହିଳା ଅଭିଯାତ୍ରୀ ଦଳରେ ସାମିଲ ଥିଲେ। ଡ୍ରିମର୍ସ ଡେଷ୍ଟିନେଶନ ଟ୍ରେକ୍ସ ଏହି ଏକ୍ସପେଡିସନକୁ ମ୍ୟାନେଜ କରୁଥିଲା।
ଓଡ଼ିଶାର ଢେଙ୍କାନାଳ ଜିଲାରେ ଜନ୍ମଗ୍ରହଣ କରିଥିବା କଳ୍ପନା ଏଭରେଷ୍ଟ ସମେତ ଭାରତ, ନେପାଳ, ୟୁରୋପ, ଦକ୍ଷିଣ ଆମେରିକା ଓ ଅଷ୍ଟ୍ରେଲିଆର ବିଭିନ୍ନ ଶୃଙ୍ଗ ସଫଳତାର ସହ ଚଢ଼ିଛନ୍ତି। ୨୦୦୮ରେ କଳ୍ପନା ନେପାଳ ବାଟ ଦେଇ ସଫଳତାର ସହ ଏଭରେଷ୍ଟ ଚଢ଼ି ଇତିହାସ ସୃଷ୍ଟି କରିଥିଲେ। ସେତେବେଳେ ସେ ଭାରତୀୟ ଅଭିଯାନ ଦଳ ନେତୃତ୍ୱ ନେଇଥିଲେ। ଚଳିତ ସ୍ପ୍ରିଙ୍ଗ୍‌ କ୍ଲାଇମ୍ବିଂ ସେସନରେ ୮,୦୦୦ ମିଟର ଉଚ୍ଚରେ କଳ୍ପନାଙ୍କ ସମେତ ଏପର୍ଯ୍ୟନ୍ତ ୧୪ଜଣ ପର୍ବତାରୋହୀ ପ୍ରାଣ ହରାଇଛନ୍ତି। ମୁମ୍ବାଇର ୫୪ ବର୍ଷୀୟା ଅଞ୍ଜଳି ଏସ୍‌ କୁଲକର୍ଣ୍ଣୀ ମଧ୍ୟ ଏଭରେଷ୍ଟ ଶିଖରରୁ ଅବତରଣ କରିବାବେଳେ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଥିଲେ। ଏଭରେଷ୍ଟରେ ୫ଜଣ, କାଞ୍ଚନଜଙ୍ଗା ଓ ମାକାଲୁ ଶୃଙ୍ଗରେ ୩ଜଣ ଲେଖାଏ, ଲୋସେ, ଅନପୂର୍ଣ୍ଣା ଓ ଚୋ ଓୟୁ ଶୃଙ୍ଗରେ ଜଣେ ଲେଖାଏ ପର୍ବତାରୋହୀ ମୃତ୍ୟୁ ବରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri