ମହିଳା ଗୋଷ୍ଠୀ ଖୋଲିଲେ ଖୁଚୁରା ବିକ୍ରୟ କେନ୍ଦ୍ର

ଖଇରା, ୩୧ା୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବଜାରରେ ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ମହିଳା ଗୋଷ୍ଠୀ ଅଣ୍ଟା ଭିଡିଛି। ଖଇରାର ସଞ୍ଚୟିକା ପଞ୍ଚାୟତସ୍ତରୀୟ ମହିଳା ମହାସଂଘ ଅଧୀନ ଭାଗବତ ଗୋସେଇଁ ମହିଳା ମଣ୍ଡଳର ସଦସ୍ୟାମାନେ ସୋମବାର ଖଇରା ବଜାରରେ ଏକ ଅସ୍ଥାୟୀ ଖୁଚୁରା ବିକ୍ରୟ କେନ୍ଦ୍ର ଖୋଲି ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ଖାଉଟି ସାମଗ୍ରୀ ଯୋଗାଇଛନ୍ତି ା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ଏହାକୁ ଉଦ୍‌ଘାଟନ କରିଥିଲେ। ଏଥିରେ ଓରମାସର ମୁଖ୍ୟ ନିର୍ବାହୀ ଅଧିକାରୀ ଜିତେନ୍ଦ୍ର କୁମାର ବିଶ୍ୱାଳ, ଓଡିଶା ଜୀବିକା ମିଶନର ବ୍ଲକ ସଂଯୋଜିକା ଶୋଭନା ଦାସ, ଖଇରା ସରପଞ୍ଚ ସୁଦର୍ଶନ ସେଠୀ, ସଂଘର ଏମବିକେ ନିରୁପମା ନାୟକ, ମହାସଂଘର ସଭାପତି ରଶ୍ମିତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ା ସଦସ୍ୟାମାନେ ଆଳୁ ପିଆଜ ଓ ଅଦା ଆଦି ସୁଲଭ ମୂଲ୍ୟରେ ବିକ୍ରି କରିଥିଲେ।