ମହିଳା କ୍ରିକେଟରଙ୍କ ବାୟୋପିକ୍‌ରେ କାମ କରିବେ ଅନୁଷ୍କା!

ମୁମ୍ବାଇ: ବଲିଉଡ୍‌ ନାୟିକା ଅନୁଷ୍କା ଶର୍ମା ବିବାହ ପରଠାରୁ ବଡ ପରଦାରୁ ଏକ ପ୍ରକାର ଦୂରେଇ ଯାଇଛନ୍ତି କହିଲେ ଚଳେ। କିଛି ବର୍ଷ ପରେ ଏହି ନାୟିକା ପୁଣିଥରେ ବଡ ପରଦାକୁ ଫେରୁଥିବା ଶୁଣିବାକୁ ମିଳିଛି। ମିଳିଥିବା ଖବର ଅନୁଯାୟୀ ଏବେ ବଲିଉଡ୍‌ରେ ଚାଲିଛି ବାୟୋପିକ୍‌ ଟ୍ରେଣ୍ଡ। ଏହି କ୍ରମରେ ଅନୁଷ୍କା କୁଆଡେ ଜଣେ ମହିଳା କ୍ରିକେଟରଙ୍କ ବାୟୋପିକ୍‌ରେ ମୁଖ୍ୟ ଭୂମିକାରେ ନିଜର ଆସିବେ ବୋଲି କୁହାଯାଉଛି। ଭାରତୀୟ ମହିଳା କ୍ରିକେଟର କ୍ୟାପ୍‌ଟେନ ମିଥାଲି ରାଜଙ୍କ ପରେ ଏବେ ଝୁଲଣ ଗୋସ୍ବାମୀଙ୍କ ଜୀବନିକୁ ନେଇ ଏକ ବାୟୋପିକ୍‌ ନିର୍ମାଣ କରାଯିବ ବୋଲି ଶୁଣାଯାଉଛି। ଆଉ ଏଥିରେ ଝୁଲଣଙ୍କ ଭୂମିକାରେ ନଜର ଆସିବେ ବଲିଉଡ୍‌ ବିୟୁଟି ଅନୁଷ୍କା ଶର୍ମା। ହେଲେ ଅଫିସିୟାଲି ଏହି ବାୟୋପିକ୍‌ ବିଷୟରେ ସେମିତି କିଛି ଘୋଷଣା କରାଯାଇ ନାହିଁ।

Share