Categories: ଖେଳ

ମହିଳା କ୍ରିକେଟରଙ୍କୁ ଅସଦାଚରଣ ପରେ କୋଚ୍‌ ନିଲମ୍ବିତ

ନୂଆଦିଲ୍ଲୀ,୨୨।୩- ବରୋଦା କ୍ରିକେଟ ଆସୋସିଏଶନ (ବିସିଏ)ର ମହିଳା ଦଳର କୋଚ୍‌ ଅତୁଲ ବେଦାଦେଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିବା ପରେ ତାଙ୍କୁ ସସପେଣ୍ଡ କରାଯାଇଛି। ଭାରତ ପାଇଁ ଖେଳିଥିବା ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅତୁଲଙ୍କୁ ୨୦୧୯-୨୦ ସିଜନରେ ବରୋଦା ମହିଳା ଦଳର କୋଚଭାବେ ନିଯୁକ୍ତ କରାଯାଇଥିଲା। ସେ ଦେଶ ପାଇଁ ୧୯୯୪ରେ ୧୩ ଦିନିକିଆ ଖେଳିଥିଲେ। ମହିଳାଙ୍କ ଉପରେ ସେ ବ୍ୟକ୍ତିଗତ ମନ୍ତବ୍ୟ ଦେଇଥିଲେ, ଯେଉଁଥିରେ ଖରାପ ଭାଷା ବ୍ୟବହାର କରିଥିଲେ। ଏହି ଅଭିଯୋଗ ହେବା ପରେ ଅତୁଲଙ୍କୁ ନିଲମ୍ବିତ କରାଯାଇଛି।ମିଳିଥିବା ସୂଚନା ଅନୁଯାୟୀ, ବରୋଦା ମହିଳା ଦଳର କିଛି ସଦସ୍ୟ ଓ ସେମାନଙ୍କ ପରିବା ଅଭିଯୋଗ କରାଯାଇଥିଲା। ଅତୁଲ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଓ ବିନୋଦ କାମ୍ବଲିଙ୍କ ଭଳି ଖେଳାଳିଙ୍କ ସହ ଖେଳିଥିଲେ। କ୍ରିକେଟରୁ ଅବସର ନେବା ପରେ ଅମ୍ପାୟରିଂ, ପିଚ କ୍ୟୁରେଟର ଓ କୋଚ ଭାବେ କାର୍ଯ୍ୟ କରୁଛନ୍ତି।

Share