Categories: ଜାତୀୟ

ମହିଳାଙ୍କ ସୁରକ୍ଷା ପାଇଁ ଦିଲ୍ଲୀର ପ୍ରତି ବସ୍‌ରେ ମଙ୍ଗଳବାରଠାରୁ ନିଯୁକ୍ତ ହେବେ ମାର୍ଶଲ

ନୂଆଦିଲ୍ଲୀ,୨୮।୧୦: ମହିଳାଙ୍କ ସୁରକ୍ଷା ପାଇଁ ଦିଲ୍ଲୀ ସରକାର ଅଣ୍ଟା ଭିଡ଼ିଛନ୍ତି। ଏନେଇ ଦିଲ୍ଲୀର ପ୍ରତି ବସ୍‌ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମାର୍ଶଲ ନିଯୁକ୍ତ କରିଛନ୍ତି। ମଙ୍ଗଳବାରଠାରୁ ମାର୍ଶଲମାନେ କାର୍ଯ୍ୟରେ ଯୋଗଦେବେ। ମୋଟ ୧୩ ହଜାର ମାର୍ଶଲ ନିଯୁକ୍ତ ହୋଇଛନ୍ତି। ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଏଥିରେ ନିଯୁକ୍ତ କରାଯାଇଛି। ଦିଲ୍ଲୀରେ ସମସ୍ତ ବସ୍‌ରେ ମହିଳାଙ୍କୁ ମାଗଣାରେ ଯାତ୍ରା କରିବା ସୁବିଧା ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଥିବାବେଳେ ସେମାନଙ୍କ ସୁରକ୍ଷା ଲାଗି ଏଭଳି ଉଦ୍ୟମ କରାଯାଉଥିବା ପରିବହନ ମନ୍ତ୍ରୀ କୈଳାସ ଗେହଲଟ୍‌ ସୂଚନା ଦେଇଛନ୍ତି।

Share