ମହିଳାଙ୍କ ଶେଷ ଇଚ୍ଛା ପୂରଣ ପାଇଁ ଜୀବନ ଦେଲା ପୋଷା କୁକୁର

ଓ୍ବାଶିଂଟନ,୩୧।୫: ଆମେରିକାର ଭର୍ଜିନିୟାରୁ ଏମିତି ଏକ ଖବର ଆସିଛି ଯେଉଁଠି ଜୀବନ, ମୃତ୍ୟୁ, ଜିଦ୍‌ ଆଉ ଇଚ୍ଛାର ଏକ ମିଶ୍ରଣ ଦେଖିବାକୁ ମିଳିଛି। ଜଣେ ମହିଳା ଶେଷ ସମୟରେ ଏମିତି ଇଚ୍ଛା ପ୍ରକାଶ କରିଛନ୍ତି ଯେଉଁଥିରେ ଅନ୍ୟ ଜଣକୁ ଜୀବନ ଦେବାକୁ ପଡିଛି। ମହିଳା ଜଣଙ୍କ ପାଖରେ ଏକ ପୋଷା କୁକୁର ରଖିଥିଲେ। ଶେଷ ସମୟରେ ତାଙ୍କ ସହ ତାଙ୍କ ପୋଷା କୁକୁରକୁ ସମାଧି ଦିଆଯାଉ ବୋଲି ସେ କହିଥିଲେ। ତେବେ ଭର୍ଜିନିୟାର ଆଇନ ଅନୁଯାୟୀ ପୋଷା ଜୀବଙ୍କୁ ମାଲିକଙ୍କ ସମ୍ପତ୍ତି ବୋଲି ବିବେଚନା କରାଯାଏ। ତେଣୁ ସେ ତା ସହ ଯାହା କରିପାରିବେ। ଏହି ଆଇନ ଅନୁଯାୟୀ, ମହିଳାଙ୍କ ମୃତ୍ୟୁ ବେଳକୁ ସେ ପାଳିଥିବା ପୋଷା କୁକୁରକୁ ପ୍ରଥମେ ମାରି ଦିଆଯାଇ ତା’ପରେ ସମାଧି ଦିଆଯାଇଛି।

Share