ମହିଳାଙ୍କ ଫଟୋକୁ ଅଶ୍ଳୀଳ ସାଙ୍ଗକୁ ଭାଇରାଲ କରି ଯୁବକ ଅଟକ

ଓଡଗାଁ, ୪|୪(ସ୍ଵ. ପ୍ର.)- ଜଣେ ମହିଳାଙ୍କ ଫଟୋକୁ ଅଶ୍ଳୀଳ କରି ହ୍ଵାଟ୍ସଆପରେ ଭାଇରାଲ କରିବା ଅଭିଯୋଗରେ ସ୍ଥାନୀୟ ଆଦର୍ଶ ଥାନା ପୋଲିସ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି | ଅଭିଯୁକ୍ତ ଜଣକ ଅବିବାହିତ ଓ ତାଙ୍କ ଘର ଏହି ଥାନା ଅନ୍ତର୍ଗତ ମସାବରୀ ଗ୍ରାମରେ। ଫଟୋ ଭାଇରାଲ ସଂକ୍ରାନ୍ତରେ ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୭୮/୨୦ ନମ୍ବରରେ ଏକ ମାମଲା ରୁଜୁ କରିଛି | ଏହା ସାଇବର କ୍ରାଇମ ହୋଇଥିବାରୁ ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ଶରଣକୁଳ ଥାନା ଅଧିକାରୀ କିରଣ ହେମ୍ବ୍ରମ ମାମଲାର ତଦନ୍ତ କରୁଛନ୍ତି। ଅନୁସନ୍ଧାନ ପରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯିବ ବୋଲି ହେମ୍ବ୍ରମ କହିଛନ୍ତି।