ମହିଳାଙ୍କ ଗହଣା ଲୁଟନ୍ତି ନାହିଁ ଏହି ଲୁଟେରା ଗ୍ୟାଙ୍ଗ୍‌: ଜାଣନ୍ତୁ କାହିଁକି

ଗ୍ରେଟର ନୋଏଡା, ୨୦।୫: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ପୋଲିସ ଏକ ଲୁଟେରା ଗ୍ୟାଙ୍ଗ୍‌କୁ ଗିରଫ କରିଛି। କାର୍‌ ଏବଂ ଗହଣା ଚୋରି କରୁଥିବା ଏହି ଗ୍ୟାଙ୍ଗ୍‌ ନାଁରେ ରହିଛି ୩୦ଟି ମାମଲା। ୨୦୧୫ରୁ ଏହି ଗ୍ୟାଙ୍ଗ୍‌ ବିଭିନ୍ନ ଚୋରି ଘଟଣାରେ ସମ୍ପୃକ୍ତ ରହିଛି। ଏହି ଗ୍ୟାଙ୍ଗ୍‌ରେ ୩ ଯୁବକ ସାମିଲ ଅଛନ୍ତି। ସବୁଠୁ ରୋଚକ କଥା ହେଉଛି, ଏହି ଗ୍ୟାଙ୍ଗ୍‌ କେବଳ ପୁରୁଷଙ୍କ ସୁନା ଜିନିଷ ଚୋରି କରିଥାନ୍ତି। ମହିଳାମାନେ ଅନେକ ସମୟରେ ନକଲି ସୁନା ଗହଣା ପିନ୍ଧୁଥିବାରୁ ଗ୍ୟାଙ୍ଗ୍‌ର ସଦସ୍ୟମାନେ ପୁରୁଷ ପିନ୍ଧିଥିବା ସୁନା ଉପରେ ନଜର ରଖିଥାନ୍ତି ବୋଲି ପୋଲିସ କହିଛି। ସେମାନଙ୍କଠାରୁ ୫ଟି ପିସ୍ତଲ, ୪୦ଟି ଜୀବନ୍ତ ଗୁଳି, ୩ଟି କାର୍‌ ଜବତ କରାଯାଇଛି।

Share