‘ମହିଳାଙ୍କ ଏକତାରେ ସମାଜର ପରିବର୍ତ୍ତନ ସମ୍ଭବ’

କୋରେଇ,୧୩।୮(ସ୍ବ.ପ୍ର.)- ଜାତୀୟ ଏକତା ପରିଷଦର ଯାଜପୁର ଜିଲା ଶାଖା ପକ୍ଷରୁ ସୋମବାର ଖମଣ ପଞ୍ଚାୟତର ଶଙ୍ଖଚିଲାଠାରେ ଜଳ, ଜମି, ଜଙ୍ଗଲ ଉପରେ ମହିଳାଙ୍କ ଅଧିକାର ଶୀର୍ଷକ ଏବଂ ମହିଳା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥିଭାବେ ଜାତୀୟ ମାନବିକ ଅଧିକାର କମିଶନ ସଦସ୍ୟ ତଥା ବିନୋବା ସେବା ପ୍ରତିଷ୍ଠାନର ଅଧ୍ୟକ୍ଷ ମନୋଜ ଜେନା ଯୋଗଦେଇ ମହିଳାଙ୍କ ଏକତାରେ ସମାଜର ପରିବର୍ତ୍ତନ ସମ୍ଭବ ବୋଲଇ କହିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ସରପଞ୍ଚ ସୁଶାନ୍ତ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ କୋରାଇ ବ୍ଲକର ମିଶନ ଶକ୍ତି ସଂଯୋଜିକା ପ୍ରୀୟଙ୍କା ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତି ଶଙ୍ଖଚିଲାର ସଭାପତି ସୌଦାମିନୀ ସାହୁ, ଭୁବନମୋହନ ମହାନ୍ତି, ଗାୟତ୍ରୀ ପୃଷ୍ଟି, ନିରୁପମା ମଳିକ, ଅଞ୍ଜନା ତ୍ରିପାଠୀ, ପ୍ରଶନ୍ନ ସ୍ବାଇଁ, ହାଡିବନ୍ଧୁ ସ୍ବାଇଁ, ଶୁକଦେବ ପୃଷ୍ଟି, ଦିଲ୍ଲୀପ ଜେନା, ଉତ୍କଳ ଜେନା ପ୍ରମୁଖ ଯୋଗଦେଇଥିଲେ। ଯାଜପୁର ଏକତା ପରିଷଦର ଜିଲା ସଂଯୋଜକ ଅକ୍ଷୟ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ସମସ୍ତ କ୍ଷେତ୍ରରେ ମହିଳାଙ୍କୁ କିପରି ନ୍ୟାୟ, ଅଧିକାର ଓ ସମ୍ମାନ ମିଳିପାରିବ ସେ ନେଇ ଆଲୋଚନା ହୋଇଥିଲା। ଏଥିସହ ଭୂମିହୀନ ମହିଳାଙ୍କୁ ଜମି ଓ ଗୃହ ଯୋଗାଇଦେବା ସହ ମହିଳା ଚାଷୀଙ୍କୁ ସରକାରୀ ମାନ୍ୟତା ଦେବା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଶେଷରେ ଜମୁନା ନାଥ ଧନ୍ୟବାଦ ଦେଇଥିଲେ। ସଭାପତି ଅକ୍ଷୟ କୁମାର ଜେନା ସଭା କାର୍ଯ୍ୟ ଶେଷ କରିଥିଲେ।