ମହିଳାଙ୍କୁ ହତ୍ୟା ପରେ ଆତ୍ମହତ୍ୟା ଉଦ୍ୟମ

କଣିହଁ।,୨୬ା୫(ଡି.ଏନ.ଏ.)
କାମ କରିବାକୁ ଯାଉଥିବା ଜଣେ ମହିଳାଙ୍କୁ ସୋମବାର ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଅଭିଯୁକ୍ତ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଅନୁଗୋଳ ଜିଲା କଣିହଁ। ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ଅଭିଯୁକ୍ତଙ୍କୁ ଉଦ୍ଧାର କରି କଣିହଁା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ମୃତ ମହିଳାଙ୍କ ପୁଅଙ୍କ ଅଭିଯୋଗ ଆଧାରରେ ପୋଲିସ ନଂ. ୧୯୬/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। କଣିହଁା ଥାନା ଆଇଆଇସି ପ୍ରଭାତ କୁମାର ତ୍ରିପାଠୀ କହିଛନ୍ତି, କଣ୍ଟାପାଳ ଗ୍ରାମର ମହିଳା ସବିତା ବେହେରା (୩୮) ପଡ଼ୋଶୀ ଗଁା ପୋଇପାଳକୁ କାମ କରିବାକୁ ଯାଇଥିଲେ। ଏହି ସମୟରେ ପୋଇପାଳ ଗ୍ରାମର ଲକ୍ଷ୍ମଣ ସାହୁ (୬୦) ଏକ ଟାଙ୍ଗିଆରେ ତାଙ୍କୁ ପଛପଟୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ସବିତାଙ୍କ ମୃତ୍ୟୁ ହୋଇଯାଇଥିଲା। ପଛରେ ଆସୁଥିବା ସବିତାଙ୍କ ପୁଅ ଏହା ଦେଖି ଗ୍ରାମବାସୀଙ୍କୁ ଜଣାଇବା ସହ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସାଇଣ୍ଟିଫିକ ଟିମ୍‌ ସହ ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ବିଷ ପାନ କରି ବ୍ରାହ୍ମଣୀ ନଦୀ କୂଳରେ ପଡ଼ିଥିବା ଖବର ପାଇଥିଲା। ଅଭିଯୁକ୍ତଙ୍କଠାରୁ ଟାଙ୍ଗିଆ ଜବତ କରାଯାଇଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।