ମହିଳାଙ୍କୁ ବଳାତ୍କାର ଅଭିଯୋଗ

ଦିଗପହଣ୍ଡି,୧୭ା୪(ଡି.ଏନ୍‌.ଏ.)- ଦିଗପହଣ୍ଡି ଥାନା ଅଧୀନ ଏକ ଗଁାର ଜଣେ ଅନୁସୂଚିତ ଜାତିର ମହିଳାଙ୍କୁ ତାଙ୍କ ଚାଷଜମିରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତଦନ୍ତକାରୀ ପୋଲିସ ଅଧିକାରୀ ଚିକିଟି ଏସ୍‌ଡିପିଓ ସୁରେନ୍ଦ୍ର ନାଥ ମୁର୍ମୁଙ୍କ ସୂଚନା ଅନୁଯାୟୀ, ଗତ ୮ ତାରିଖ ଅପରାହ୍ନରେ ମହିଳା ଜଣକ ଚୁଲି ତିଆରି ପାଇଁ ମାଟି ଆଣିବାକୁ ବିଲକୁ ଯାଇଥିଲେ। ସେଠାରେ ତାଙ୍କୁ ଏକୁଟିଆ ପାଇ ଗଁାର ତୋଫାନ ଗୌଡ ବିଭିନ୍ନ ଧମକଚମକ ଦେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଘରକୁ ଫେରି ସମସ୍ତ ଘଟଣା ପରିବାର ଲୋକଙ୍କୁ କହିଥିଲେ। ପରେ ମହିଳାଙ୍କ ପରିବାର ଏନେଇ ସରପଞ୍ଚଙ୍କୁ ଅବଗତ କରାଇଥିଲେ। ଗୁରୁବାର ମହିଳା ଜଣକ ପରିବାର ଲୋକଙ୍କ ସହ ଦିଗପହଣ୍ଡି ଥାନାରେ ପହଞ୍ଚତ୍ ଏତଲା ଦେବାପରେ ଥାନା ଅଧିକାରୀ ବସନ୍ତ କୁମାର ସେଠୀ ନଂ.୮୨/୨୦ରେ ମାମଲା ରୁଜୁକରି ତଦନ୍ତ ଚଳାଇଛନ୍ତି। ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିବା ପୋଲିସ କହିଛି।