ମହିଳାଙ୍କୁ ଆର୍ଥିକ ସ୍ବଚ୍ଛଳ କରୁଛି ମକାଚାଷ, ବିକ୍ରି

ନବରଙ୍ଗପୁର,୧୧।୧୧(ବି.ପ୍ର.):ମକା କିଣି ମହିଳା ଚାଷୀ ହୋଇଛନ୍ତି ସ୍ବାବଲମ୍ବୀ। ଲାଭାଂଶର ୨୫ ପ୍ରତିଶତ ସେମାନଙ୍କ ଭବିଷ୍ୟତକୁ ଆର୍ଥୀକ ସ୍ବଚ୍ଛଳ କରିଛି। ଜିଲାର ମିଶନ ଶକ୍ତି ଓ ଓରମାସ ଏଥିପ୍ରତି ଗୁରୁତ୍ୱ ଦେଇ ମହିଳାଙ୍କ ଆର୍ଥତ୍କ ଓ ସାମାଜିକ ବିକାଶ ପାଇଁ ଚେଷ୍ଟା ଜାରି ରଖିଛି। ଜିଲାର ଉମରକୋଟ ଓ ଝରିଗାଁ ଅଞ୍ଚଳରେ ୮ଟି ପ୍ରଡ୍ୟୁସର ଗ୍ରୁପ୍‌ ମକା କିଣି ବିଭିନ୍ନ ଜିଲାକୁ ପଠାଉଛନ୍ତି। ମକା କିଣିବା ପରେ ଚାଷୀ ୨୪ ଘଣ୍ଟା ମଧ୍ୟରେ ତାହାର ପ୍ରାପ୍ୟ ପାଇ ଯାଉଥିବାରୁ ଚାଷୀ ଓ ମହିଳାମାନେ ବେଶ ଖୁସି ରହିଛନ୍ତି।
ମହିଳା ଚାଷୀଙ୍କୁ ନେଇ ଜିଲାରେ ଗଠିତ ହୋଇଛି ୪୨ଟି ପ୍ରଡ୍ୟୁସର ଗ୍ରୁପ୍‌ । ସେମାନଙ୍କ ମଧ୍ୟରୁ ଉମରକୋଟ ଓ ଝରିଗାଁ ବ୍ଲକର ୮ଟି ପ୍ରଡ୍ୟୁସର ଗ୍ରୁପ୍‌ର ୩୮୦ ଜଣ ମହିଳା ନିଜେ ମକା ଚାଷ କରି ଲାଭ ପାଇବା ସହ ଅନ୍ୟ ଚାଷୀଙ୍କଠାରୁ ମଧ୍ୟ ମକା କିଣି ଟ୍ରକ ମାଧ୍ୟମରେ ବାହାରକୁ ପଠାଉଛନ୍ତି। ଜିଲାପାଳ କମଳ ଲୋଚନ ମିଶ୍ର ମିଶନ ଶକ୍ତି ଓ ଓରମାସ ପକ୍ଷରୁ ଏହା କିଭଳି ପରିଚଳିତ ହେଉଛି ଏ ନେଇ ନିୟମିତ ବ୍ୟବଧାନରେ ସମୀକ୍ଷା କରୁଛନ୍ତି। ଫାର୍ମର ପ୍ରଡ୍ୟୁସର ଗ୍ରୁପ୍‌ କମ୍ପାନୀ ଖୋଲାଯାଇଛି। ଏହା ମାଧ୍ୟମରେ ପ୍ରଡ୍ୟୁସର ଗ୍ରୁପ୍‌ର ମହିଳା ଚାଷୀମାନେ ମକା ସଂଗ୍ରହ କରିବା ସହ ଚାଷୀଙ୍କ ନିକଟରେ ପହଞ୍ଚତ୍ ମକାର ଆଦ୍ରତା ଯାଞ୍ଚ କରି ଉନ୍ନତମାନର ମକା କିଣୁଛନ୍ତି। ୧୪ ପ୍ରତିଶତ ଅଦ୍ରତା ଥିଲେ ତହା ବିକ୍ରୀ ଯୋଗ୍ୟ। କମ୍ପାନୀ ମାଧ୍ୟମରେ ଜୟପୁରସ୍ଥିତ ସାରଳା ଏଣ୍ଟରପ୍ରାଇଜେସ୍‌ ଜରିଆରେ ଅନୁଗୁଳର ସାହୁ ବ୍ରୟଲର ଓ ଢେଙ୍କାନାଳର ନଳିନୀ ବ୍ରୟଲରକୁ ଟ୍ରକ ମାଧ୍ୟମରେ ପଠାଉଛନ୍ତି। ସେହିଭଳି ଉମରକୋଟ ବୁର୍ଜା ଗାଁର ହରିୟମ ଟ୍ରେଡର୍ସ ଜରିଆରେ ପଶୁପତିକୁ ମକା ପଠାଯାଉଛି। ସରକାରୀ ଦର ୧୯୬୨ ଟଙ୍କା ରହିଥିବା ବେଳେ ୨୧୦୦ ଟଙ୍କାରେ ବର୍ତ୍ତମାନ ସୁଦ୍ଧା ୬ ହଜାର ମେଟ୍ରିକ ଟନ ମକା କିଣିଛନ୍ତି। ୯୦ ଲକ୍ଷ ୫୦ ହଜାରଟଙ୍କାର ମକା କିଣି ଚାଷୀ ଟଙ୍କା ପାଇ ସାରିଛନ୍ତି। ୨୦୨୧- ୨୨ ବର୍ଷରେ ୧ କୋଟି ୧୫ ଲକ୍ଷ ଟଙ୍କାର ମକା କିଣି ଉଦାହରଣ ସାଜିଥିଲେ ମହିଳା ଚାଷୀ ଓ ପ୍ରଡ୍ୟୁସର ଗ୍ରୁପ୍‌। ଜିଲାରେ ପ୍ରଡ୍ୟୁସର ଗ୍ରୁପ୍‌ମାନଙ୍କୁ ନେଇ ଏକ ଫାର୍ମର ପ୍ରଡ୍ୟୁସର ଗ୍ରୁପ୍‌ କମ୍ପାନୀ ଖୋଲା ଯାଇଛି । କମ୍ପାନୀ ଚାଷୀଙ୍କ ଘରକୁ ଟ୍ରକ ପହଞ୍ଚାଇ ମକା ଉଠାଉଛି। ଏହାର ୨୪ଘଣ୍ଟା ମଧ୍ୟରେ ଆକାଉଣ୍ଟକୁ ଟଙ୍କା ଆସୁଛି। କମ୍ପାନୀ ଟ୍ରେଡର୍ସଙ୍କଠାରୁ ୭ରୁ ୧୦ ଦିନ ମଧ୍ୟରେ ଟଙ୍କା ପାଉଛି। କମ୍ପାନୀ ବିକ୍ରୀ ବଡାରେ ଯାହାରୋଜଗାର କରୁଛି ତାର ୨୫%ପ୍ରଡ୍ୟୁସର ଗ୍ରୁପ୍‌ ଲାଭାଂଶ ପାଉଛନ୍ତି। ପ୍ରଡ୍ୟୁସର ଗ୍ରୁପ୍‌ର ମହିଳାମାନେ ନିଜେ ଚାଷୀ ହୋଇଥିବାରୁ କମ୍ପାନୀ ପକ୍ଷରୁ ବିହନ ପାଇବା ପରେ ଚାଷ କାର୍ଯ୍ୟକରି ନିଜ ଖର୍ଚ୍ଚ ବାହାର କଲା ପରେ କୁଇଣ୍ଟାଲ ପିଛା ୬ ଶହ ଟଙ୍କା ଲାଭ ପାଉଛନ୍ତି। ଏହା ବ୍ୟତିତ ସରକାରୀ ନିର୍ଦ୍ଧାରିତ ଦରରୁ ଅଧିକ ମୂଲ୍ୟରେ ମକା ବିକ୍ରି କରି ଲାଭ ପାଉଛନ୍ତି। ଏହାକୁ ପରିଚାଳନା ଦାୟିତ୍ୱ କମ୍ପାନୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏ. ଧନୁର୍ଯ୍ୟୟ ନାଇଡୁ, ନିର୍ଦ୍ଦେଶକ ତୁଳସୀ ସୋରୀ ଓ ଅଧ୍ୟକ୍ଷ ଆରତି ସମାଦାର ନେଇଛନ୍ତି। ଏହା ବ୍ୟତିତ ୧୦ ଜଣ ନିର୍ଦ୍ଦେଶକ ମଧ୍ୟରୁ ଉମରକୋଟର ଦୀପାଙ୍କର ମିସ୍ତ୍ରୀ ଓ ଝରିଗାଁର ମାଳତି ପାଙ୍ଗୀ ସକ୍ରୀୟ ଭାବେ କାର୍ଯ୍ୟ କରୁନ୍ତି। ଏନେଇ ମିଶନ ଶକ୍ତ ଓ ଓରମାସର ଉପମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏ.ଉମା ମହେଶ ପ୍ରଡ୍ୟୁସର ଗ୍ରୁପ୍‌ମାନେ କିଭଳି ମକା କିଣୁଛନ୍ତି ଓ ସଠିକ ଭାବେ ଟ୍ରେଡର୍ସମାନେ ଟଙ୍କା ପୈଠ କରୁଛନ୍ତିକି ନାହିଁ ସେ ବିଷୟରେ ମନଟରିଙ୍ଗ କରିବା ସହ ନିୟମିତ ବ୍ୟବଧାନରେ ପ୍ରଡ୍ୟୁସର ଗ୍ରୁପ୍‌ମାନଙ୍କ ସହ ବୈଠକ କରୁଛନ୍ତି। ଆଗକୁ ଆହୁରି କିଭଳି ରୋଜଗାର କ୍ଷମ ହୋଇ ପାରିବେ ସେ ନେଇ ତଦାରଖ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri