Categories: ଜାତୀୟ

‘ମହିଳାଙ୍କୁ ଅସମ୍ମାନିତ କରିଛି ଭାଜପା ସରକାର’

ନୂଆଦିଲ୍ଲୀ,୧୮ା୨(ପି.ଟି.)-କମାଣ୍ଡ ପଦବୀ କିମ୍ବା ସ୍ଥାୟୀ କମିଶନ ପାଇଁ ମହିଳା ସେନା ଅଧିକାରୀମାନେ ଯୋଗ୍ୟ ନୁହନ୍ତି ବୋଲି ସୁପ୍ରିମକୋର୍ଟରେ ଯୁକ୍ତି ଦର୍ଶାଇ ଭାଜପା ସରକାର ଦେଶର ମହିଳାମାନଙ୍କ ମର୍ଯ୍ୟାଦାହାନି କରିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ଐତିହାସିକ ରାୟ ଦେଶର ମହିଳାମାନଙ୍କୁ ନୂଆ ସୁଯୋଗ ଦେବ ବୋଲି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି। ମହିଳାମାନେ ସେନା, ଜଳ, ସ୍ଥଳ ଓ ଆକାଶ ସବୁଥିରେ ପାରଙ୍ଗମ। ନାରୀ ଶକ୍ତିକୁ ବିରୋଧ କରୁଥିବା ମୋଦି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ରାୟ ଠିକଣା ଜବାବ ବୋଲି ସେ ମତ ଦେଇଛନ୍ତି। ଭାରତୀୟ ମହିଳା ଅଗ୍ରଗତି କରିବା ସହ ସରକାରଙ୍କୁ ଭୁଲ୍‌ ପ୍ରମାଣିତ କରିଛନ୍ତି ବୋଲି ରାହୁଲ କହିଛନ୍ତି।

Share