ମହିଳାଙ୍କୁ ଅସଦାଚରଣ ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜଣେ ମହିଳାଙ୍କୁ ଅସଦାଚରଣ ସହ ଗାଳିଗୁଲଜ ହୋଇଥିବା ଥାନାରେ ଅଭିଯାଗ ହୋଇଛି। ମହିଳାଙ୍କ ଏତଲା ଆଧାରରେ ଆଇଆଇସି ଗୌରାଙ୍ଗ ଚରଣ ସାହୁ ଅଭିଯୁକ୍ତଙ୍କ ବିରୋଧରେ ମଙ୍ଗଳବାର ଥାନାରେ ନଂ. ୧୪୨/୧୯ରେ ମାମଲା ରୁଜୁ କରିଛନ୍ତି । ଗିରଫ ଭୟରେ ଅଭିଯୁକ୍ତ ଗାଁରୁ ଫେରାରଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଏସ୍‌ଆଇ ମଧୁସ୍ମିତା ପ୍ରଧାନ କହିଛନ୍ତି। ରବିବାର ଅଭିଯୁକ୍ତ ଜଣକ ମହିଳାଙ୍କ ଗୁହାଳୁ ଜୋରଜବରଦସ୍ତ ଛେଳି ନେଇଯାଉଥିବା ବେଳେ ମହିଳା ଜଣକ ପ୍ରତିବାଦ କରିବାରୁ ଅଭିଯୁକ୍ତ ଜଣକ ଟଣାଓଟରା ସହ ରାସ୍ତାରେ ଅଟକାଇ ମାଡ଼ ମାରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।