ମହିଳାଙ୍କୁ ଅଶାଳୀନ ଇଙ୍ଗିତ, ଯୁବକ କୋର୍ଟ ଚାଲାଣ

ରସୁଲପୁର,୨୨।୪(ଡିଏନଏ): ରସୁଲପୁର ବ୍ଲକ ଓଡ଼ିଶୋ ପଞ୍ଚାୟତ ଅରତିଆ-କୁସୁନପୁର ଗ୍ରାମରେ ହରିହର ମଳିକ ନାମକ ଜଣେ ଯୁବକ ସେହି ଗ୍ରାମର ଜଣେ ମହିଳାଙ୍କୁ ଅଶାଳୀନ ଇଙ୍ଗିତ ପ୍ରଦର୍ଶନ କରି ଜେଲ ଯାଇଛି। ମହିଳାଙ୍କ ଅଭିଯୋଗ ଅନୁସାରେ, ହରିହର ତାଙ୍କ ଉପରେ କୁଦୃଷ୍ଟି ରଖିବା ସହ ତାଙ୍କୁ ଲଜ୍ଜିତ କରିବା ଭଳି ବ୍ୟବହାର କରୁଥିଲେ। ଏପରିକି ତାଙ୍କୁ ଅଶାଳୀନ ଇଙ୍ଗିତ କରୁଥିଲେ। ମହିଳା ତାଙ୍କୁ ବାରଣ କରିବା ସତ୍ତ୍ୱେ ସେ ଏଥିରୁ ବିରତ ନ ହେବାରୁ ସେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏନେଇ ଏକ ମାମଲା (ନଂ.୧୩୫/୨୦) ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।