Categories: ଜାତୀୟ

ମହାରାଷ୍ଟ୍ର ରାଜନୀତିରେ ପ୍ରଥମ ଥର ପିତା ମୁଖ୍ୟମନ୍ତ୍ରୀ ପୁତ୍ର କ୍ୟାବିନେଟ ମନ୍ତ୍ରୀ

ମୁମ୍ବାଇ,୩୦।୧୨: ମହାରାଷ୍ଟ୍ର କ୍ୟାବିନେଟର ସମ୍ପ୍ରସାରଣ ସୋମବାର କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ତଥା ବର୍ଲି ବିଧାନସଭା ଆସନର ପ୍ରାର୍ଥୀ ଆଦିତ୍ୟ ଠାକରେଙ୍କୁ ମନ୍ତ୍ରୀ ପଦ ମିଳିଛି। ପ୍ରଥମ ଥର ପାଇଁ ମହାରାଷ୍ଟ୍ର ରାଜନୀତିରେ ପିତା ମୁଖ୍ୟମନ୍ତ୍ରୀ ଥିବା ବେଳେ ପୁତ୍ର ହୋଇଛନ୍ତି କ୍ୟାବିନେଟ ମନ୍ତ୍ରୀ। ଏବେ ଆଦିତ୍ୟ ମହାରାଷ୍ଟ୍ର ବିଧାନସଭାର ସର୍ବ କନିଷ୍ଠ ମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି।

Share