ମହାରାଷ୍ଟ୍ର ଅପେକ୍ଷା ହରିୟାଣା ବିଧାୟକ ଅଧିକ ପାଠୁଆ

ନୂଆଦିଲ୍ଲୀ : ସଦ୍ୟସମାପ୍ତ ବିଧାନସଭା ନିର୍ବାଚନରେ ମହାରାଷ୍ଟ୍ର ଅପେକ୍ଷା ହରିୟାଣାରେ ଅଧିକ ଶିକ୍ଷତ ବିଧାୟକ ଅଛନ୍ତି। ପିଆର୍‌ଏସ୍‌ ଲେଜିସ୍‌ଲେଟିଭ୍‌ ରିସର୍ଚ୍ଚ ରିପୋର୍ଟରେ ଏନେଇ ଉଲ୍ଲେଖ କରାଯାଇଛି। ମହାରାଷ୍ଟ୍ରର ମୋଟ ୨୮୮ ବିଧାୟକଙ୍କ ମଧ୍ୟରୁ ୫୭ ପ୍ରତିଶତ ସ୍ନାତକ ପାସ୍‌ କରିଥିବାବେଳେ ହରିୟାଣାରେ ଏହା ୬୯ ପ୍ରତିଶତ ବୋଲି ଜଣାପଡ଼ିଛି। ମହାରାଷ୍ଟ୍ରର ୧୫ ପ୍ରତିଶତ ବିଧାୟକ ସ୍ନାତକୋତ୍ତର ପାସ୍‌ କରିଥିବାବେଳେ ହରିୟାଣାରେ ଏହା ୧୮ ପ୍ରତିଶତ। ବୟସକୁ ଯଦି ବିଚାରକୁ ନେବା, ତେବେ ମହାରାଷ୍ଟ୍ରର ୮୫ ପ୍ରତିଶତ ବିଧାୟକ ୪୦ ବର୍ଷରୁ ଊର୍ଦ୍ଧ୍ୱ ବୟସର। କିନ୍ତୁ ହରିୟାଣା ବିଧାୟକଙ୍କ ବୟସ ହାର ୫୫ ବର୍ଷ। ହେଲେ ଦୁଇ ରାଜ୍ୟରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ବହୁତ କମ ରହିଛି। ମହାରାଷ୍ଟ୍ରରେ ୨୪ ମହିଳା ପ୍ରାର୍ଥୀ (୮ ପ୍ରତିଶତ) ନିର୍ବାଚନ ଜିଣିଥିବାବେଳେ ହରିୟାଣାରେ ଏହା ୧୦ ପ୍ରତିଶତ ଅଛି। ୨୦୧୪ ବିଧାନସଭା ନିର୍ବାଚନ ପରେ ହରିୟାଣାରେ ମହିଳା ପ୍ରତିନିଧିଙ୍କ ହାର ୧୪ ପ୍ରତିଶତ ଥିଲା। ନବନିର୍ବାଚିତ ବିଧାୟକଙ୍କ ପ୍ରୋଫାଇଲ ତର୍ଜମା କରାଯିବା ପରେ ପିଆର୍‌ଏସ୍‌ ପକ୍ଷରୁ ଏଭଳି ରିପୋର୍ଟ ଉପସ୍ଥାପନ କରାଯାଇଥିବା ଜଣାପଡ଼ିଛି।

Share