Categories: ଜାତୀୟ

ମହାରାଷ୍ଟ୍ରରେ ୨୦୧୯ ବିଧାନସଭା ନିର୍ବାଚନ ଲଢ଼ିବ ଏଏପି

ନୂଆଦିଲ୍ଲୀ, ୨୩।୯: ଚଳିତ ଥର ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ୨୦୧୯ ମହାରାଷ୍ଟ୍ର ବିଧାନସଭା ଆସନ ପାଇଁ ନିର୍ବାଚନ ଲଢ଼ିବ ବୋଲି ଜଣାପଡ଼ିଛି। ଏନେଇ ଏଏପି ପକ୍ଷରୁ ସୋମବାର ସ୍ପଷ୍ଟ କରାଯାଇଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୫୦ଟି ଆସନ ପାଇଁ ଦଳ ନିଜର ଆଶାୟୀ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବ ବୋଲି ଏଏପିର ମୁଖପାତ୍ର ପ୍ରୀତି ମେନନ କହିଛନ୍ତି। ଏଥିପାଇଁ ଦଳ ପକ୍ଷରୁ ୮ଜଣ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଜାରି କରାଯାଇଛି।

Share