ମହାରାଷ୍ଟ୍ରରେ ସର୍ବାଧିକ  କରୋନା ସଂକ୍ରମିତ: କର୍ନାଟକରେ ୪ ନୂଆ ଘଟଣା

ନୂଆଦିଲ୍ଲୀ,୨୪।୩: କରୋନା ସଂକ୍ରମଣ ଯୋଗୁ ଭାରତରେ ସାଧାରଣ ଜୀବନଯାତ୍ରା ଥମି ଯାଇଛି। କରୋନା ସଂକ୍ରମଣ ଘଟଣା ମହାରାଷ୍ଟ୍ରରେ ସର୍ବାଧିକ ରହିଛି। ଏଠାରେ ୧୦୧ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିପରି କର୍ନାଟକରେ ୪ ନୂଆ ଘଟଣାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି। ସେହିପରି ମଣିପୁରରେ ଜଣକଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ସେ ବ୍ରିଟେନରୁ ଭାରତ ଫେରିଥିବା କୁହାଯାଉଛି। ସେହିପରି କେରଳରେ ୯୫ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

Share