Categories: ଜାତୀୟ

ମହାରାଷ୍ଟ୍ରରେ ସରକାର ଗଢିବାକୁ ଚାହିଁଲାଣି ଏନ୍‌ସିପି

ମୁମ୍ବାଇ,୧।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଅକ୍ଟୋବର ୨୪ରୁ ପ୍ରକାଶିତ ହୋଇ ସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେଠାରେ ସରକାର ଗଠନ କରାଯାଇ ପାରି ନାହିଁ। କାରଣ ଭାଜପା ଓ ଶିବସେନା ମଧ୍ୟରେ ହୋଇଥିବା ମେଣ୍ଟରେ କିଏ ହେବ ମୁଖ୍ୟମନ୍ତ୍ରୀ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇପାରିନାହିଁ। ଏତିକି ବେଳେ ଏନ୍‌ସିପି ନେତା ନଓ୍ବାବ ମଲିକ କହିଛନ୍ତି ଏମାନେ ମେଣ୍ଟକୁ ନେଇ ପ୍ରଥମେ ସରକାର ଗଠନ କରିବା ଉଚିତ୍‌। ଏହାପରେ ଫ୍ଲୋର ଟେଷ୍ଟରେ ବହୁମତ ସାବ୍ୟସ୍ତ କରିବା କଥା। ଯଦି ଏପରି ନ ହୋଇ ପାରୁଛି ତେବେ ଏନ୍‌ସିପି ସରକାର ଗଠନ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।

Share