Categories: ଜାତୀୟ

ମହାରାଷ୍ଟ୍ରରେ ପାଣି ପାଇଁ ହାହାକାର:ମରାଠାଓ୍ବାଡାରେ ଜଳସ୍ତର ୦.୭ ପ୍ରତିଶତ

ମୁମ୍ବାଇ,୪।୬: ଚଳିତ ବର୍ଷ ମୌସୁମୀ ଆସିବାରେ ବିଳମ୍ବ ହେଉଥିବା ବେଳେ ମହାରାଷ୍ଟ୍ରରେ ଭୀଷଣ ଗରମ ବଢ଼ିବା ସହିତ ଜଳସଙ୍କଟ ଦେଖାଦେଇଛି। ମହାରାଷ୍ଟ୍ରର ମରାଠାଓ୍ବାଡା ଅଞ୍ଚଳର ନଦୀମାନଙ୍କରେ ଜଳସ୍ତର କମି ପ୍ରାୟ ୦.୭ ପ୍ରତିଶତ ଥିବା ଜଣାପଡ଼ିଛି। ଶୁଖିଲା ପଡ଼ିଥିବା ମହାରାଷ୍ଟ୍ରର ନଦୀଗୁଡିକରେ ପାଣି ସ୍ତର ମାତ୍ର ୭.୭ ପ୍ରତିଶତ ରହିଛି। ଗତ ୧୦ବର୍ଷରୁ ଚଳିତ ବର୍ଷ ଏହି ସମୟରେ ସବୁଠାରୁ କମ୍‌ ଜଳସ୍ତର ରହିଛି ବୋଲି ପ୍ରଶାସନ ଅଧିକାରୀ କହିଛନ୍ତି। ଗତ ବର୍ଷ ଏହି ସମୟରେ ରାଜ୍ୟର ନଦୀଗୁଡିକରେ ପାଣି ୧୮ ପ୍ରତିଶତ ଥିବା ବେଳେ ମରାଠାଓ୍ବାଡାରେ ୧୪ ପ୍ରତିଶତ ରହିଥିଲା। ସେହିପରି ରାଜ୍ୟର ୩୨ଟି ନଦୀରେ ପାଣି ଡେଡ ଷ୍ଟୋରେଜ ଲେବୁଲରେ ରହିଥିବାରୁ ପାଣି ପାଇଁ ହାହାକାର ଦେଖିବାକୁ ମିଳିଛି। ଫଳରେ ୬୦ ପ୍ରତିଶତ କୃଷକ ପ୍ରଭାବିତ ହୋଇଛନ୍ତି। ଅପରପକ୍ଷରେ ସାରା ରାଜ୍ୟରେ ଲୋକଙ୍କ ପାଣି ଦିଆଯିବା ପାଇଁ ୬ହଜାର ୪ଶହ ୪୩ ଟ୍ୟାଙ୍କର ଲଗାଯାଇଛି। ଏଥିରୁ ୩ହଜାର ୩ଶହ ୫୯ ମରାଠାଓ୍ବାଡାରେ ପାଣି ସପ୍ଲାଇ କରାଯାଉଛି। ସେହିପରି ମରାଠାଓ୍ବାଡାର ଔରଙ୍ଗାବାଦ୍‌ ଜିଲାରେ କେବଳ ୧ହଜାର ୧୪୬ଟ୍ୟାଙ୍କର ପାଣି ପହଞ୍ଚାଯାଉଥିବା ସୂଚନା ମିଳିଛି।

Share