ମୁମ୍ବାଇ,୧୮।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିରୋଧୀ କଂଗ୍ରେସ ଉପରେ ବର୍ଷିଛନ୍ତି। ମହାରାଷ୍ଟ୍ର ରାଜୁରରେ ଏକ ଜନସଭାକୁ ସମ୍ବୋଧନ ଦେବା ଅବସରରେ ଶାହ କହିଛନ୍ତି ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ ବିରୋଧୀ ଏବେବି ଭାଜପାକୁ ନିନ୍ଦା କରୁଛି। ହେଲେ ୧୯୯୦ରୁ ଏହି ଅନୁଚ୍ଛେଦ ୩୭୦ ପାଇଁ ପ୍ରାୟ ୪୦ ହଜାର ଜନତା ଆତଙ୍କବାଦୀଙ୍କ କବଳକୁ ଚାଲି ଗଲେ। କଂଗ୍ରେସ, ଏନ୍‌ସିପି ଭୋଟବ୍ୟାଙ୍କ ପାଇଁ ଅନୁଚ୍ଛେଦ ୩୭୦ ହଟାଇ ପାରିଲେନି। ହେଲେ ଭାଜପା ଭୋଟବ୍ୟାଙ୍କ ପାଇଁ ନୁହେଁ ବରଂ ଦେଶହିତ ପାଇଁ କାର୍ଯ୍ୟକରେ ବୋଲି ଶାହ କହିଛନ୍ତି। ମୋଦି ଜୀ ଗୋଟିଏ ଝଟ୍‌କାରେ ଅନୁଚ୍ଛେଦ ୩୭୦ ହଟାଇ ଦେଲେ। ହେଲେ ଶରଦ ପାଓ୍ବାର କହିଛନ୍ତି ତାଙ୍କ ଦଳ ବିଜୟ ଲାଭ କଲେ ପୁଣିଥରେ ଅନୁଚ୍ଛେଦ ୩୭୦ ଫେରାଇ ଆଣିବେ। ରାହୁଲ ବାବାଙ୍କ ପାଖରେ ଯଦି ଏତେ ଶକ୍ତି ଅଛି ତେବେ ସେ ଅନୁଚ୍ଛେଦ ୩୭୦ ଫେରାଇ ଦେଖାନ୍ତୁ ବୋଲି ଶାହ କହିଛନ୍ତି।

Share