Categories: ଜାତୀୟ

ମହାରାଷ୍ଟ୍ରରେ କରୋନା ସ୍ଥିତି ଅସମ୍ଭାଳ: ପ୍ରସ୍ତୁତ ହେଉଛି ହଜାରେ ଶଯ୍ୟା ବିଶିଷ୍ଟ ନୂଆ ହସ୍ପିଟାଲ

ମୁମ୍ବାଇ,୨୦।୬: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିବା ପରେ ଏବେ ଏହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ବ୍ରିହାନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ ପକ୍ଷରୁ ଏକ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ ପ୍ରସ୍ତୁତ କରାଯାଉଛି। ମୁମ୍ବାଇ, ବାଇକୁଲାଠାରେ ରିଚାର୍ଡସନ ଆଣ୍ଡ କ୍ରୁଦାସ(ଇଞ୍ଜିନିୟରିଂ କମ୍ପାନୀ) ପରିସରରେ ଏହି ହସ୍ପିଟାଲ ନିର୍ମାଣ କରାଯାଉଛି। ଏଥିରେ ୩ଶହ ଆଇସିୟୁ ବେଡ ସହ ଅକ୍ସିଜେନ୍‌ ସପ୍ଲାଇ ଓ ଅନ୍ୟ ସୁବିଧା ରହିବ ବୋଲି କୁହାଯାଇଛି। ଜୁନ୍‌ ଶେଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ।

Share