ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ଅତିକ୍ରମ କଲା

ମୁମ୍ବାଇ,୨୭।୪: କରୋନା ଭାଇରସ ମହାରାଷ୍ଟ୍ରରେ ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସକାଳ ସୁଦ୍ଧା ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮,୦୬୮ରେ ପହଞ୍ଚିଥିବା ବେଳେ ୩୪୨ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଯାହା ରାଜ୍ୟ ସରକାରଙ୍କ ନିଦ ହଜାଇ ଦେଇଛି। ସୂଚନାଯୋଗ୍ୟ, ଦେଶରେ କରୋନା ସକ୍ରମିତଙ୍କ ସଂଖ୍ୟା ୨୭,୮୯୨ ହୋଇଥିବା ବେଳେ ୮୭୨ ଜଣଙ୍କ ମୃତ୍ୟୁ ହେଲାଣି। ଅନ୍ୟପଟେ ବାହାର ରାଜ୍ୟରେ ଫସି ରହିଥିବା ଲୋକଙ୍କୁ ଆଣିବାକୁ ମହାରାଷ୍ଟ୍ର ସରକାର ଯାଜନା କରୁଥିବା ବେଳେ ଏହା କରୋନା ସଂକ୍ରମଣକୁ ହୁଏତ ବଢାଇ ଦେଇପାରେ ବୋଲି କୁହାଯାଉଛି।

Share