ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪କୁ ବୃଦ୍ଧି

ମୁମ୍ବାଇ,୨୨।୩: ଡରାଇଲାଣି କରୋନା। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଲୋକେ ଭୟଭୀତ ହୋଇ ଯାଇଛନ୍ତି। ରବିବାର ସାରା ଦେଶରେ ‘ଜନତା କର୍ଫ୍ୟୁ’ ଲାଗୁ କରାଯାଇଥିବା ବେଳେ ସବୁଠି ଖାଁ ଖାଁ ପରିବେଶ ଦେଖିବାକୁ ମିଳିଛି। ଏପଟେ ମହାରାଷ୍ଟ୍ରରେ ରବିବାର ସକାଳେ ୧୦ ନୂଆ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରେ ୬ଜଣ ମୁମ୍ବାଇର ହୋଇଥିବା ବେଳେ ୪ ପୁଣେର ବୋଲି ଜଣାପଡିଛି। ଏହାକୁ ନେଇ ଏବେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟି ୭୪ ହୋଇଛି। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ଥିବା ବେଳେ ଅଧିକାଂଶ ସହରକୁ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି।

Share