Categories: ଜାତୀୟ

ମହାରାଷ୍ଟ୍ରରେ ଆଦିବାସୀ ମହିଳା ଚଲାଇବେ ସରକାରୀ ବସ୍‌

ପୁଣେ,୨୪।୮: ମହାରାଷ୍ଟ୍ର ସରକାର ଏବେ ଆଦିବାସୀ ମହିଳାମାନଙ୍କୁ ସଶକ୍ତ କରିବାକୁ ଚାହୁଁଛନ୍ତି। ଆଦିବାସୀ ମହିଳାଙ୍କୁ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମ(ଏମ୍‌ଏସ୍‌ଟିଆର୍‌ସି) ବସ୍‌ ଚଳାଇବାକୁ ଏଣିକି ପ୍ରଶିକ୍ଷଣ ଦିଆଯିବ। ଶୁକ୍ରବାର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲ ଏହି ପ୍ରଶିକ୍ଷଣ ଶିବିରର ଉଦ୍‌ଘାଟନ କରିଛନ୍ତି। ପାଇଲଟ୍‌ ପ୍ରୋଜେକ୍ଟରେ ପ୍ରଥମ କରି ପ୍ରାୟ ୧୬୩ ଜଣ ମହିଳାଙ୍କୁ ଭାରି ଯାନ ଚଳାଇବାକୁ ପ୍ରଶିକ୍ଷଣ ଦିଆଯିବ। ପରେ ଏମାନଙ୍କୁ ରାଜ୍ୟ ସରକାରଙ୍କ ଅଧିନରେ ଚାଲୁଥିବା ବସ୍‌ର ଡ୍ରାଇଭର ଭାବେ ନିଯୁକ୍ତ କରାଯିବ ବୋଲି ସୂଚନା ରହିଛି। ରାଜ୍ୟ ପରିବହନ ମନ୍ତ୍ରୀ ଦିବାକର ରାଭତେ କହିଛନ୍ତି, ପ୍ରଥମେ ସରକାର ମହିଳାଙ୍କ ସୁରକ୍ଷା ଉପରେ ଧ୍ୟାନ ଦେବେ। ତେବେ ସେମାନଙ୍କ ଘର ନିକଟରୁ ଯେମିତି ଏହି ମହିଳା ଡ୍ରାଇଭରମାନଙ୍କୁ ବେଶୀ ଦୂର ପଠା ନ ଯାଏ ସେଥିପ୍ରତି ସରକାର ବିଶେଷ ଧ୍ୟାନ ଦେବା ଉଚିତ୍‌ ବୋଲି ଶ୍ରୀମତି ପାଟିଲ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯଦି ଏମାନଙ୍କୁ ରାତିରେ କେଉଁଠି ରହିବାକୁ ପଡେ ସେ ଦୃଷ୍ଟିରୁ ପ୍ରଥମେ ଏମାନଙ୍କୁ ସୁରକ୍ଷିତ ସ୍ଥାନ ଯୋଗାଇ ଦେବା ଭଲ ହେବ ବୋଲି ପାଟିଲ ପରାମର୍ଶ ଦେଇଛନ୍ତି।

Share