ମହାରାଷ୍ଟ୍ରରୁ ବାଇକ୍‌ରେ ଆସିଲେ ପ୍ରବାସୀ: ଏରଣ୍ଡେଇ ଗାଁକୁ ୩୬ ଘଣ୍ଟା ପର୍ଯ୍ୟନ୍ତ ଶର୍ଟଡାଉନ୍‌ ଘୋଷଣା କଲେ ସରପଞ୍ଚ

ପାଟଣା,୨।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରଣ୍ଡେଇ ପଞ୍ଚାୟତର ଏରଣ୍ଡେଇ ଗ୍ରାମକୁ ସରପଞ୍ଚ ପାର୍ବତୀ ଦେହୁରୀ ଜିଲାପାଳଙ୍କ କ୍ଷମତା ଉପଯୋଗ କରି ସୋମବାରଠାରୁ ୩୬ ଘଣ୍ଟା ପର୍ଯ୍ୟନ୍ତ ଶର୍ଟଡାଉନ୍‌ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଶ୍ରମିକ ଭାବେ କାମ କରୁଥିବା ଜଣେ ୩୯ ବର୍ଷୀୟ ପ୍ରବାସୀ ରବିବାର ରାତିରେ ଏକ ବାଇକ ଯୋଗେ ଗାଁକୁ ଆସିଥିଲେ। ସେ ବଜାରର ଏକ ଜଳଖିଆ ଦୋକାନର ବେଞ୍ଚରେ ଶୋଇବା ସହ ରାତିରେ ତାଙ୍କ ଘରକୁ ଯାଇଥିଲେ। ଘର ଲୋକ ତାଙ୍କ ପିନ୍ଧା ପୋଷାକ ନେଇ ଗାଁ ପୋଖରୀରେ ସଫା କରିଥିଲେ। ସେ ସୋମବାର ସକାଳୁ ଅନେକ ଜଣ ଦୋକାନୀଙ୍କ ସଂସ୍ପର୍ଶରେ ମଧ୍ୟ ଆସିଥିଲେ। ବ୍ୟକ୍ତି ଜଣକ ରେଡ୍‌ ଜୋନରୁ ଆସିଥିବାରୁ ସେ ବୁଲିଥିବା ଅଞ୍ଚଳକୁ ଶର୍ଟଡାଉନ୍‌ କରାଯିବା ସହ ବିଶୋଧିତ କରାଯାଇଛି, ବୋଲି ସରପଞ୍ଚ କହିଛନ୍ତି। ଏହା ସହ ଉକ୍ତ ଯୁବକଙ୍କୁ ଏରଣ୍ଡେଇ ସ୍ଥିତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଛି।