Categories: କନ୍ଧମାଳ

ମହାରାଷ୍ଟ୍ରରୁ ଆସିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ

ଖଜୁରିପଡା,୧୨।୫(ଡି.ଏନ.ଏ.): କନ୍ଧମାଳ ଜିଲା ଖଜୁରିପଡା ଥାନା ଟିଟ୍ରାପଙ୍ଗା ପଞ୍ଚାୟତ ଭୁକ୍ତାକନାଡ଼ି ଗ୍ରାମର ବିନାୟକ କହଁରଙ୍କର ମହାରାଷ୍ଟ୍ରରେ ମୃତ୍ୟୁ ଘଟିିଥିଲା। ସୋମବାର ତାଙ୍କ ମୃତଦେହ ଗଁାକୁ ଆସିବା ସଂସ୍କାର କରାଯାଇଛି। ବିନାୟକ ୨ ଦୁଇବର୍ଷ ହେଲା ମହାରାଷ୍ଟ୍ରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଶୁକ୍ରବାର ସନ୍ଧ୍ୟାରେ ସେ ପରିବାର ଲୋକଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଥିଲେ। ଶନିବାର ତାଙ୍କର ମୃତ୍ୟୁ ହୋଇଥିବା କମ୍ପାନୀରୁ ଫୋନ ଆସିଥିଲା। ଏହା ଶୁଣିବା ପରେ ପରିବା ଲୋକେ ସରପଞ୍ଚ ଓ ବ୍ଲକ ଅଧ୍ୟକ୍ଷଙ୍କୁ ଭେଟି ମୃତଦେହକୁ ଆଣିବା ବ୍ୟବସ୍ଥା କରିବାକୁ ଜିଲା ପ୍ରଶାସନକୁ ଲିଖିତ ଅନୁରୋଧ କରିଥିଲେ। ଜିଲା ପ୍ରଶାସନ ଓ ଶ୍ରମ ବିଭାଗ ଉଦ୍ୟମରେ ଆମ୍ବୁଲାନ୍ସରେ ମୃତଦେହ ଆସିଥିଲା। ପରେ ଏସ୍‌ଡିପିଓ ମହେନ୍ଦ୍ର ନାଥ ମୁର୍ମୁ, ଥାନା ଅଧିକାରୀ ରମାକାନ୍ତ ପାତ୍ର, ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର କହଁର ପ୍ରମୁଖଙ୍କ ଉପସ୍ଥିତିରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।