ମହାରାଣୀଙ୍କୁ କ୍ଷମା ମାଗିଲେ ବୋରିସ୍‌

ଲଣ୍ଡନ,୩୦ା୯(ପି.ଟି.): ବ୍ରିଟେନ ପାର୍ଲାମେଣ୍ଟକୁ ୫ ସପ୍ତାହ ପାଇଁ ନିଲମ୍ବନ କରିବା ଅବୈଧ ବୋଲି ମଙ୍ଗଳବାର ସେଠାକାର ସୁପ୍ରିମକୋର୍ଟ ରାୟ ଦେବା ପରେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କୁ କ୍ଷମାମାଗିଛନ୍ତି। ସଣ୍ଡେ ଟାଇମ୍ସ ରିପୋର୍ଟ ଅନୁସାରେ ୧୦ ଡାଉନ୍ସିଂ ଷ୍ଟ୍ରିଟ୍‌ ସୂତ୍ରରୁ ଏହା ଜଣାପଡ଼ିଛି। ପାର୍ଲାମେଣ୍ଟକୁ ସେପ୍ଟେମ୍ବର ମଧ୍ୟଭାଗରୁ ଅକ୍ଟୋବର ୧୪ ପର୍ଯ୍ୟନ୍ତ ନିଲମ୍ବନ କରିବା ପାଇଁ ପରାମର୍ଶ ଦେଇଥିବାରୁ ମହାରାଣୀଙ୍କ ବକିଂହାମ୍‌ ପ୍ୟାଲେସ୍‌ର ବରିଷ୍ଠ ପରାମର୍ଶଦାତାମାନେ ବୋରିସ୍‌ଙ୍କ ଉପରେ କ୍ଷୁବ୍ଧ ଥିଲେ। ଅକ୍ଟୋବର ୩୧ ବ୍ରେକ୍‌ଜିଟ୍‌ ତାରିଖ ପୂର୍ବରୁ ଏସମ୍ପର୍କିତ ବିତର୍କର ସମୟକୁ ହ୍ରାସ କରିବା ପାଇଁ ବୋରିସ୍‌ ପାର୍ଲାମେଣ୍ଟକୁ ସ୍ଥଗିତ କରିଥିବା ନେଇ ଚ୍ୟାଲେଞ୍ଜ କରାଯିବା ପରେ ଗତ ୨୪ ତାରିଖରେ ସୁପ୍ରିମକୋର୍ଟ ଅଧ୍ୟକ୍ଷ ଲେଡି ବ୍ରେଣ୍ଡା ହାଲେ ଭର୍ତ୍ସନା କରିଥିଲେ। ରାୟ ଆସିବା ମାତ୍ରେ ବୋରିସ୍‌ ମହାରାଣୀଙ୍କୁ ଫୋନ୍‌ କରି ଦୁଃଖିତ ବୋଲି କହିଥିଲେ।

Share