ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ସମାଧି ପୀଠରେ ଜେସିବି ମେଶିନ: ମଧୁବନରେ ଖୋଳାଖୋଳି ନେଇ ଉତ୍ତେଜନା

ବାରିପଦା ଅଫିସ,୯ା୯- ବାରିପଦା ସହର ପାର୍ଶ୍ୱ ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀକୂଳରେ ରହିଛି ମଧୁବନ। ସେଠାରେ ନବ ଉତ୍କଳର ନିର୍ମାତା ମୟୂରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ସମାଧି ପୀଠ ଅବସ୍ଥିତ। ସୋମବାର ସକାଳେ ମଧୁବନସ୍ଥିତ ମହାରାଜାଙ୍କ ସମାଧି ସ୍ଥଳରେ ଏକ ଜେସିବି ମେଶିନ ଖୋଳା ଖୋଳି କରୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଆସି ସେଠାରେ ଭିଡ଼ ଜମାଇଥିଲେ। ଯୁବ ସଂଗଠକ କଳିଙ୍ଗ କେଶରୀ ଜେନାଙ୍କ ନେତୃତ୍ୱରେ ଲୋକେ ଏହି ଖୋଳାଖୋଳିକୁ ବିରୋଧ କରି ସେଠାରେ ଜେସିବି ମେଶିନକୁ ହଟାଇ ଦେଇଥିଲେ। ଜେସିବି ଡ୍ରାଇଭରଙ୍କୁ ଲୋକେ ଅଟକ ରଖି ପଚରାଉଚୁରା କରିବାରୁ ସମାଧିସ୍ଥଳକୁ ଖୋଳାଖୋଳି କରିବା ପାଇଁ ତାଙ୍କୁ କୁହାଯାଇଥିବା କହିଥିଲେ। ଏନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। କିଏ ଏବଂ କାହିଁକି ଏଭଳି କାର୍ଯ୍ୟ କରିବା ପାଇଁ କହିଥିଲା ସେ ନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳି ନାହିଁ। ଏ ସମ୍ପର୍କରେ ପୋଲିସ ଓ ପ୍ରଶାସନ ପାଖରେ କୌଣସି ସୂଚନା ନ ଥିବା ବେଳେ ରାଜ ପରିବାରର ମତାମତ ମିଳିପାରିନାହିଁ।
ଉଲ୍ଲେଖନୀୟ ଯେ, ମହାରାଜାଙ୍କ ସମାଧି ପୀଠରେ ପ୍ରତିବର୍ଷ ସହରବାସୀ ତାଙ୍କର ଜନ୍ମ ଓ ମୃତ୍ୟୁ ତିଥିରେ ପୂଜାର୍ଚ୍ଚନା କରିଥାନ୍ତି। ଅନେକ ଲୋକେ ମଧ୍ୟ ପ୍ରତିଦିନ ସମାଧିସ୍ଥଳ ବୁଲି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥାନ୍ତି। ରାଜ ପରିବାରର ମାଲିକାନାରେ ମଧୁବନ ରହିଥିଲେ ମଧ୍ୟ ସେଠାରେ ମେଶିନ ଲଗାଇ ଖୋଳାଖୋଳି କରାଯିବା ଘଟଣା ନେଇ ସହରବାସୀ ଉଦବେଗ ପ୍ରକାଶ କରିଛନ୍ତି। ମହାରାଜାଙ୍କ ସମାଧୀପୀଠରେ ଏଭଳି କୌଣସି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ବ୍ୟକ୍ତିଙ୍କୁ ବିରୋଧ କରାଯିବ ବୋଲି ଯୁବ ସଂଗଠକ ଜେନା ଗଣମାଧ୍ୟମକୁ କହିଛନ୍ତି। ବଳାଙ୍ଗି ମହୋତ୍ସବ କମିଟିର ପ୍ରତିଷ୍ଠାତା ସମ୍ପାଦକ ଶରତ କୁମାର ନାୟକ ମଧ୍ୟ ଅନୁରୂପ ପ୍ରତିକ୍ରିୟା ପ୍ରକାଶ କରି ଯେ କୌଣସି ସ୍ବାଭିମାନୀ ମୟୂରଭଞ୍ଜବାସୀ ଏହାକୁ ବିରୋଧ କରିବ ବୋଲି କହିଛନ୍ତି। ଅଣରାଜନୈତିକ ସଂଗଠନ ଭଞ୍ଜସେନାର ଯୁବଛାତ୍ର ସଂଯୋଜକ ରାକେଶ ବେହେରା ସମାଧୀ ପୀଠର ଉନ୍ନତି ତଥା ରକ୍ଷଣାବେକ୍ଷଣ ପାଇଁ ରାଜପରିବାର ଏବଂ ଜିଲା ପ୍ରଶାସନ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଛନ୍ତି। ୧୮୭୦ ଡିସେମ୍ବର ୧୭ ତାରିଖରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଜନ୍ମ ଗ୍ରହଣ କରିଥିଲେ। ୧୯୧୨ ଫେବୃୟାରୀ ୨୨ ତାରିଖରେ ତାଙ୍କର ଦେହବସାନ ଘଟିଥିଲା। ସେତେବେଳେ ମଧୁବନରେ ତାଙ୍କୁ ସମାଧି ଦିଆଯିବା ପର ଠାରୁ ଜିଲାବାସୀ ସେଠାରେ ପୂଜାର୍ଚ୍ଚନା କରିଆସୁଛନ୍ତି। ଏ ସମ୍ପର୍କରେ ଟାଉନଥାନା ଅଧିକାରୀ ଅଶୋକ କୁମାର ନାୟକଙ୍କୁ ପଚାରିବାରୁ କହିଛନ୍ତି, ଘଟଣା ସମ୍ପର୍କରେ ଥାନାରେ କେହି କିଛି ଅଭିଯୋଗ କରି ନାହାନ୍ତି। ପୋଲିସ ସୂଚନା ପାଇଥିଲେ ମଧ୍ୟ ତାହା ବ୍ୟକ୍ତିଗତ ଜାଗା ହୋଇଥିତ୍ବାରୁ ସେଠାକୁ ଯାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri