ମହାଭାରତ ସମୟରେ ପ୍ରସ୍ତୁତ ହୋଇଥିଲା ଗୁପ୍‌ଚୁପ୍‌

ନୂଆଦିଲ୍ଲୀ: ଗୁପ୍‌ଚୁପ୍‌ ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ନାମରେ ପରିଚିତ। ଏହା ପୁଚ୍‌କା, ପାନିପୁରୀ, ବତାଶେ ଭଳି ନାମରେ ଲୋକପ୍ରିୟତା ହାସଲ କରିଛି। ଗୁପ୍‌ଚୁପ୍‌ ମହାଭାରତ ସମୟରେ ପ୍ରଥମେ ପ୍ରସ୍ତୁତ କରାଯାଇଥିଲା ବୋଲି କେତେକ କୁହନ୍ତି। ମଗଧ ସାମ୍ରାଜ୍ୟରେ ମଧ୍ୟ ଏହା ଲୋକପ୍ରିୟତା ହାସଲ କରିଥିଲା। କୁହାଯାଏ ଯେ, ପାଞ୍ଚ ପାଣ୍ଡବଙ୍କୁ ବିବାହ କରିବା ପରେ ଦ୍ରୌପଦୀଙ୍କ ପରୀକ୍ଷା ନେବାକୁ ମାତା କୁନ୍ତୀ ଚିନ୍ତା କରିଥିଲେ। ସେ ଦ୍ରୌପଦୀଙ୍କୁ କିଛି ପନିପରିବା ସହିତ ଅଳ୍ପ ପରିମାଣର ଅଟା ଦେଇ ଖାଦ୍ୟ ପ୍ରସ୍ତୁତ କରିବାକୁ କହିଥିଲେ। ପାଞ୍ଚାଳି ଅଟାକୁ ଛୋଟ ଛୋଟ ଗୁଳା କରି ତା’ ଭିତରେ ପନିପରିବାକୁ ପୂର ଭଳି ପୂରାଇ ଖାଦ୍ୟ ପ୍ରସ୍ତୁତ କରିଥିଲେ। ଯାହାକି ଗୁପ୍‌ଚୁପ୍‌ର ପ୍ରଥମ ରୂପ ବୋଲି କେତେକ କହିଥାନ୍ତି। ସେହିପରି ମଗଧ ସାମ୍ରାଜ୍ୟରେ ଛୋଟ ଅଟା ଗୁଳା ମଧ୍ୟରେ ପନିପରିବା ଦେଇ ପ୍ରସ୍ତୁତ ହେଉଥିଲା ସ୍ବାଦିଷ୍ଟ ଖାଦ୍ୟ। ଏହାକୁ ଲୋକେ ଅଧିକ ପସନ୍ଦ କରୁଥିଲେ। ଏହାକୁ ଖାଇବା ପାଇଁ ଗାଁରୁ ଲୋକେ ସହରକୁ ଆସୁଥିଲେ ବୋଲି ଇତିହାସରେ ଉଲ୍ଲେଖ ରହିଛି।

Share