ମହାପ୍ରଭୁଙ୍କ ଦର୍ଶନ ନ ପାଇ ଫେରିଲେ ଭକ୍ତ

ପୁରୀ ଅଫିସ, ୨୧ା୩: ଖଁ। ଖଁ। ବଡ଼ଦାଣ୍ଡ, ଶୂନ୍‌ଶାନ୍‌ ବେଳାଭୂମି। ପ୍ରତ୍ୟେକ ଦିନ ଭକ୍ତ, ପର୍ଯ୍ୟଟକଙ୍କ ଗହଳିରେ ଫାଟି ପଡୁଥିବା ବଡ଼ଦାଣ୍ଡ ଶୁକ୍ରବାର ସମ୍ପୂର୍ଣ୍ଣ ଭିନ୍ନ ଦେଖାଯାଉଥିଲା। କଁ। ଭଁ। ଲୋକେ ଯା’ ଆସ କରୁଥିବାବେଳେ ଗାଡ଼ିମୋଟର ସଂଖ୍ୟା ବି ବହୁତ କମ୍‌ ଥିଲା। ସେହିପରି ଶୂନଶାନ୍‌ ରହିଥିଲା ପୁରୀ ବେଳାଭୂମି। ନ ଥିଲେ ପର୍ଯ୍ୟଟକ କି ଖୋଲି ନ ଥିଲା ଉଠାଦୋକାନୀଙ୍କ ପସରା। ସେହିପରି ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ଥିବାବେଳେ ଶୁକ୍ରବାର ରାଜ୍ୟ ବାହାରର କେତେକ ଶ୍ରଦ୍ଧାଳୁ ଆସି ଫେରିଯାଇଥିବା ଦେଖିବାକୁ ମିଳିଥିଲା। କିନ୍ତୁ କରୋନା ମୁକାବିଲା ପାଇଁ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସେମାନେ ସ୍ବାଗତ କରିଥିଲେ।
ଦିନକୁ ଦିନ କରୋନା ଅଧିକ ଭୟ ଦେଖାଉଛି। ଗୋଟିଏ ପରେ ଗୋଟିଏ ନୂଆ ଦେଶକୁ ମାଡ଼ୁଛି। ତେଣୁ ଏହାର ମୁକାବିଲା ପାଇଁ ପ୍ରତିଦିନ ନୂଆ ଆଡଭାଇଜରି ଜାରି କରାଯାଉଛି। ଓଡ଼ିଶାରେ ବି ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଲାଗୁ ହୋଇଛି। ଶୁକ୍ରବାରଠାରୁ ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ଧର୍ମପୀଠରେ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଛି। ଏପ୍ରିଲ ପହିଲା ପର୍ଯ୍ୟନ୍ତ ଏହି କଟକଣା ଲାଗିଥିବାବେଳେ ପୁରୀରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ମହାପ୍ରଭୁଙ୍କ ଦର୍ଶନ ଏବଂ ବିଭିନ୍ନ ଦର୍ଶନୀୟ ସ୍ଥଳୀ ବୁଲିବା ଲାଗି ପ୍ରତ୍ୟହ ପୁରୀକୁ ଦେଶ ବିଦେଶରୁ ଭକ୍ତ, ପର୍ଯ୍ୟଟକ ଆସିଥାନ୍ତି। ଭୋର ହେଲେ ଭକ୍ତଙ୍କ ଆତଯାତରେ ପୂରିଉଠେ ବଡ଼ଦାଣ୍ଡ। ଦିନତମାମ୍‌ ଗହଳି ଲାଗି ରହୁଥିବାବେଳେ ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ଭକ୍ତ ଓ ସହରବାସୀ ଯିବାଆସିବା କରିଥାନ୍ତି। ହେଲେ ଶୁକ୍ରବାର ବଡ଼ଦାଣ୍ଡରେ ଦେଖିବାକୁ ମିଳି ନ ଥିଲା ଶ୍ରଦ୍ଧାଳୁଙ୍କ ଗହଳି । ସେହିପରି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ରାଜ୍ୟ ବାହାରର ଦର୍ଶନାର୍ଥୀଙ୍କୁ ମଧ୍ୟ ନିରାଶରେ ଫେରିଯିବାକୁ ପଡ଼ିଥିଲା।
ଉତ୍ତରପ୍ରଦେଶରୁ ଆସିଥିବା ସାଗର ଶର୍ମା କହିଥିଲେ, ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ବିଷୟରେ ଜାଣି ନ ଥିଲି। ସକାଳେ ଟ୍ରେନରେ ପହଞ୍ଚତ୍ ମନ୍ଦିରକୁ ଆସିଥିଲି। ଏଠାରେ ପହଞ୍ଚତ୍ବା ପରେ ଦର୍ଶନ ବନ୍ଦ ଥିବା ପୋଲିସ କର୍ମଚାରୀ କହିଥିଲେ। ସିଂହଦ୍ୱାର ସମ୍ମୁଖରୁ ପତିତପାବନଙ୍କୁ ଦର୍ଶନ କରି ମୁଣ୍ଡିଆ ମାରି ଫେରିଯାଉଛି। ତେବେ କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତି ଠିକ୍‌ ଅଛି। ଯଦି କିଛିଦିନ କଷ୍ଟ ସହିଯିବା ତେବେ ଆଗକୁ କରୋନା କବଳରୁ ଆମେ ଓ ଦେଶବାସୀ ରକ୍ଷା ପାଇବେ ବୋଲି ସାଗର କହିଥିଲେ। ସେହିପରି ରାଜ୍ୟ ବାହାରୁ ଅନ୍ୟ କେତେଜଣ ଭକ୍ତ ମଧ୍ୟ ଆସିଥିଲେ। ସେମାନେ ମନ୍ଦିର ଚତୁଃପାର୍ଶ୍ୱ ବୁଲିବା ପରେ ସିଂହଦ୍ୱାରରେ କିଛି ସମୟ ବିତାଇ ଫେରିଯାଇଥିଲେ।

ପତିତପାବନଙ୍କୁ ମୁଣ୍ଡିଆ ମାରି ମନ ବୁଝାଇଲେ

ସିଂହଦ୍ୱାର ଗୁମୁଟରେ ପୂଜା ପାଉଛନ୍ତି ପତିତପାବନ। ଯେଉଁମାନେ ମନ୍ଦିର ଭିତରକୁ ଯାଇପାରନ୍ତି ନାହିଁ ସେମାନେ ପତିତପାବନଙ୍କୁ ଦର୍ଶନ କରିଥାନ୍ତି। କରୋନା କଟକଣା ପାଇଁ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଛି। ତେଣୁ ଶୁକ୍ରବାର ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁ ପତିତପାବନଙ୍କୁ ମୁଣ୍ଡିଆ ମାରି ମନ ବୁଝାଇ ଫେରିଛନ୍ତି। ଅନ୍ୟପକ୍ଷରେ ପତିତପାବନଙ୍କ ଦର୍ଶନ ମହାପ୍ରଭୁଙ୍କ ଦର୍ଶନ ସହ ସମାନ ବୋଲି କହିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ। ଗବେଷକଙ୍କ ସୂଚନା ଅନୁଯାୟୀ, ୧୭୩୩ ଖ୍ରୀଷ୍ଟାବ୍ଦରେ ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରେ ପତିତପାବନଙ୍କୁ ସ୍ଥାପନା କରାଯାଇଥିଲା। ପତିତପାବନଙ୍କ ଆସ୍ଥାନ ହେଉଛି ପୂର୍ବ ବୈକୁଣ୍ଠ। ତତ୍କାଳୀନ ଖୋର୍ଦ୍ଧା ଭୋଇ ବଂଶର ଗଜପତି ମହାରାଜା ଦ୍ୱିତୀୟ ରାମଚନ୍ଦ୍ର ଦେବ ସେ ସମୟରେ ମୁସଲମାନ ନବାବ ସୁଜା ଖଁାଙ୍କ କନ୍ୟା ବିବି ରେଜିଆଙ୍କୁ ବିବାହ କରିଥିଲେ। ଅନ୍ୟ ଧର୍ମାବଲମ୍ବୀମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା ଥିବାରୁ ସେତେବେଳେ ରାମଚନ୍ଦ୍ର ଦେବଙ୍କୁ ବି ଶ୍ରୀମନ୍ଦିର ବାରଣ କରାଯାଇଥିଲା। ମୁକ୍ତିମଣ୍ଡପ ପଣ୍ଡିତମାନେ ମଧ୍ୟ ତାଙ୍କ ଶ୍ରୀମନ୍ଦିର ପ୍ରବେଶକୁ ବିରୋଧ କରିଥିଲେ। ଯେହେତୁ ରାମଚନ୍ଦ୍ର ଦେବ ମହାପ୍ରଭୁଙ୍କ ପରମ ଭକ୍ତ ଥିଲେ ଓ ସର୍ବଦା ଠାକୁରଙ୍କୁ ଦର୍ଶନ କରୁଥିଲେ ସେହି ଦୃଷ୍ଟିରୁ ଶ୍ରୀମନ୍ଦିର ପ୍ରବେଶ ଦ୍ୱାର ଗୁମୁଟରେ ପତିତପାବନଙ୍କୁ ସ୍ଥାପନ କରାଯାଇଥିଲା। ଗଜପତି ରାମଚନ୍ଦ୍ର ଦେବ ସେଠାରୁ ଦୈନିକ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ। ଏହାଦ୍ୱାରା ଅନ୍ୟ ଧର୍ମାବଲମ୍ବୀମାନେ ମଧ୍ୟ ଉପକୃତ ହେଲେ। ପ୍ରାୟ ୩୦୦ ବର୍ଷର ଏହି ପରମ୍ପରା ଆଜି ବି ରହିଛି। କେବଳ ଅନ୍ୟ ଧର୍ମାବଲମ୍ବୀ ନୁହନ୍ତି, ଆଖପାଖ ଲୋକେ ଶ୍ରୀମନ୍ଦିର ଯାଇ ନ ପାରିଲେ ପତିତପାବନଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇ ଫେରିଥାନ୍ତି। ବର୍ତ୍ତମାନ କରୋନା ପାଇଁ ସେହିଭଳି ସ୍ଥିତି ପହଞ୍ଚତ୍ଛି। ଭକ୍ତଙ୍କ ଦର୍ଶନ ବନ୍ଦ ଥିବାବେଳେ ଶୁକ୍ରବାର ଯେଉଁ ଅଳ୍ପ କେତେଜଣ ଶ୍ରଦ୍ଧାଳୁ ଆସିଥିଲେ ସେମାନେ ବାହାରୁ ପତିତପାବନଙ୍କୁ ଦୁଇହାତ ଟେକି ସମର୍ପଣ ଭାବ ଜଣାଇବା ସହ ମୁଣ୍ଡିଆ ମାରି ଫେରୁଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri