ମହାପ୍ରଭୁଙ୍କ ଟଙ୍କାରେ ମଉଜ

ପୁରୀ ଅଫିସ, ୮।୩: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ୟେସ୍‌ ବ୍ୟାଙ୍କ କାରବାର ଉପରେ ଜାରି କରିଛି କଟକଣା। ଏହି ବ୍ୟାଙ୍କର ଦୁର୍ବଳ ଆର୍ଥତ୍କ ସ୍ଥିତି ଯୋଗୁ ଆର୍‌ବିଆଇ ଏଭଳି ପଦକ୍ଷେପ ନେଇଛି। ୟେସ୍‌ ବ୍ୟାଙ୍କର ଏପରି ସ୍ଥିିିତି ଯୋଗୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୯୨ (୫୪୫ କୋଟି ସ୍ଥାୟୀ ଜମା ଓ ୪୭କୋଟି ଫ୍ଲେକ୍ସି ଜମା) କୋଟି ଟଙ୍କା ଆଶଙ୍କାରେ ରହିଛି। ମହାପ୍ରଭୁଙ୍କ ଏତେ ଗୁଡ଼ାଏ ଟଙ୍କା ଫେରି ପାଇବା ନେଇ ବୁଦ୍ଧିଜୀବୀ, ଅର୍ଥନୀତିଜ୍ଞ, ସେବାୟତ, ଭକ୍ତଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
୩୦ଦିନ ମଧ୍ୟରେ ୟେସ୍‌ ବ୍ୟାଙ୍କରୁ ଜଣେ ଗ୍ରାହକ ସର୍ବାଧିକ ୫୦ହଜାର ଟଙ୍କା ଉଠାଣ କରିପାରିବେ ବୋଲି ଆରବିଆଇ ଘୋଷଣା କରିବା ପରେ ଅସନ୍ତୋଷ ତେଜିଛି। କାରଣ ଏହି ବ୍ୟାଙ୍କରେ ମହାପ୍ରଭୁଙ୍କ ୫୯୨ କୋଟି ରଖାଯାଇଛି। ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟିର କେହି ବି ମୁହଁ ଖୋଲିବାକୁ ନାରାଜ। ମହାପ୍ରଭୁଙ୍କ ଟଙ୍କା ଘରୋଇ ବ୍ୟାଙ୍କକୁ ଯିବା ପଛରେ କେତେଜଣ ଅଧିକାରୀଙ୍କୁ ସନ୍ତୁଷ୍ଟ କରାଯାଇଛି। ଏକଥା ବିଭିନ୍ନ ଅଧିକାରୀ ଅବଗତ ଥିଲେ ମଧ୍ୟ ମୁହଁ ଖୋଲୁନାହାନ୍ତି। ଚଞ୍ଚକତା କରିଥିବା ଅଧିକାରୀଙ୍କ ବିରୋଧରେ ଏ ପର୍ଯ୍ୟନ୍ତ ସରକାରୀ ସ୍ତରରେ କୌଣସି ପ୍ରକାର ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ପ୍ରସଙ୍ଗକୁ ଅଧିକ ସନ୍ଦେହ ଘେରକୁ ଟାଣିଛି। ଜଣେ ବ୍ୟାଙ୍କ ଅଧିକାରୀଙ୍କ ମତରେ ଗତ ଦୁଇବର୍ଷ ତଳୁ ୟେସ ବ୍ୟାଙ୍କ ଦୁର୍ବଳ ଆର୍ଥତ୍କ ପରିସ୍ଥିତି ଦେଇ ଗତିକରୁଛି। ତଥାପି ଶ୍ରୀମନ୍ଦିର ପ୍ରଶାସନ ଏତେ ଗୁଡ଼ାଏ ଟଙ୍କା ଏହି ବ୍ୟାଙ୍କରେ ଜମା ଦେଇଥିଲା।

ଜଣେ ବରିଷ୍ଠ ସେବାୟତଙ୍କ କହିବାନୁଯାୟୀ ଗତ ଡିସେମ୍ବର ୨୦ରେ ଅନୁଷ୍ଠିତ ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସଦସ୍ୟମାନେ ହୋହଲ୍ଲା କରିଥିଲେ। କମିଟି ଏବଂ ଅର୍ଥ ସବ୍‌ କମିଟି ବିନା ଅନୁମୋଦନରେ କିପରି ମହାପ୍ରଭୁଙ୍କ ଟଙ୍କା ଘରୋଇ ବ୍ୟାଙ୍କରେ ରଖାଗଲା ବୋଲି ସେବାୟତମାନେ ପ୍ରଶ୍ନ କରିଥିଲେ। ପୂର୍ବରୁ ଜାତୀୟକରଣ ବ୍ୟାଙ୍କରେ ଟଙ୍କା ରଖାଯାଉଥିବାବେଳେ ଘରୋଇ ବ୍ୟାଙ୍କରେ ଜମା ପାଇଁ କିଏ ଅନୁମତି ଦେଇଥିଲେ ବୋଲି ପ୍ରଶ୍ନ ଉଠିଥିଲା। ଗତ ଫେବୃୟାରୀ ୫ରେ ହୋଇଥିବା ପରିଚାଳନା କମିଟି ବୈଠକରେ ପୁନର୍ବାର ଏହି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ୟେସ୍‌ ବ୍ୟାଙ୍କରେ ଟଙ୍କା ଜମା କରିବା ପ୍ରସଙ୍ଗରେ ସମସ୍ତଙ୍କୁ ଅନ୍ଧାରରେ ରଖାଗଲା ବୋଲି ସେବାୟତ ଜଣକ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ପୁରୀ ଗଜପତି ମହାରାଜା ହେଉଛନ୍ତି ଏହି କମିଟିର ଅଧ୍ୟକ୍ଷ। ଆହୁରି ଉଲ୍ଲେଖ କରାଯାଇପାରେ ଯେ, ଏତେ ଅଧିକ ଅର୍ଥ ସମ୍ପର୍କିତ ନିଷ୍ପତ୍ତି ନେବା ପାଇଁ କୌଣସି ଜଣେ ବ୍ୟକ୍ତିର କ୍ଷମତା ରହି ନ ଥାଏ। ସେଥିପାଇଁ ପରିଚାଳନା କମିଟିର ଅଧ୍ୟକ୍ଷଙ୍କ ସହିତ ମନ୍ଦିର ପ୍ରଶାସକ, ଜିଲାସ୍ତରୀୟ ଉଚ୍ଚ ପଦସ୍ଥ ସରକାରୀ ଅଫିସର ଯେଉଁମାନେ କମିଟିର ସଦସ୍ୟ ଅଛନ୍ତି ଏବଂ ଅର୍ଥ ସବ୍‌ କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନେ ଦାୟୀ।

ସୂଚନା ଦିଆଯାଇପାରେ ଯେ, ଘରୋଇ ବ୍ୟାଙ୍କରେ ଜମା କରାଯାଉଥିବା ବିରାଟ ଅଙ୍କ ପାଇଁ ୟେସ୍‌ ବ୍ୟାଙ୍କ ଭଳି ସଂସ୍ଥା ଦଶମିକ ୧ କିମ୍ବା ଦଶମିକ ୨ ପ୍ରତିଶତ ଅଧିକ ସୁଧ ଯାଚୁଥାଇପାରନ୍ତି। କିନ୍ତୁ ସ୍ବଳ୍ପ ଲୋଭରେ ଏହି ନିଷ୍ପତ୍ତି ନିଆଯାଇଥିବାରୁ ଦୂରଦୃଷ୍ଟିର ଅଭାବ ଦେଖାଯାଉଛି। ଏଥିସହିତ ଘରୋଇ ବ୍ୟାଙ୍କରେ ଜମା ଦେଲେ ଗୋଟିଏ ଆର୍ଥିକ ବର୍ଷରେ ସମ୍ପୃକ୍ତ ସରକାରୀ କର୍ମଚାରୀଙ୍କୁ ଜମା ରହିଥିବା ପ୍ରତ୍ୟେକ ୧ କୋଟି ପାଇଁ ୧୦ ହଜାର ଟଙ୍କା ମିଳିଥାଏ। ଏହା ବ୍ୟାଙ୍କର ସୁଧହାରଠାରୁ ଭିନ୍ନ। ସେଥିପାଇଁ ସରକାରୀ କର୍ମଚାରୀମାନେ ସାଧାରଣରେ ଘରୋଇ ବ୍ୟାଙ୍କରେ ଟଙ୍କା ରଖି ଅଣାନୁଷ୍ଠାନିକ ଲାଭ ଉଠାଇପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri