ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ ଅଫିସ, ୩୧।୧୨: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀମନ୍ଦିରକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପୂର୍ବାହ୍ନ ୧୧ଟାରେ କେନ୍ଦ୍ରମନ୍ତ୍ରୀ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଦଳୀୟ କର୍ମକର୍ତ୍ତା ଏବଂ ପ୍ରଶାସନିକ ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଥିଲେ। ପରେ ମନ୍ତ୍ରୀ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ବେଢା ପରିସର ବୁଲି ଥିଲେ। ପ୍ରାୟ ଅଧଘଣ୍ଟା ମନ୍ଦିରରେ ବିତାଇବା ପରେ ସିଂହଦ୍ୱାରରେ ଗଣମାଧ୍ୟମକୁ କହିଥିଲେ ଯେ, ୨୦୨୦ ବର୍ଷ ସମସ୍ତଙ୍କ ପାଇଁ ସୁଖସମୃଦ୍ଧିର ବର୍ଷ ହେଉ। ପୁରୀର ରୂପ ବଦଳୁଛି। ଶ୍ରୀମନ୍ଦିରକୁ ଆକର୍ଷଣୀୟ ଭାବେ ସାଜସଜ୍ଜା କରାଯାଇଛି। ଏହା ନିଶ୍ଚିତ ସ୍ବାଗତଯୋଗ୍ୟ। ଶ୍ରୀମନ୍ଦିରର ଆହୁରି ବିକାଶ ହେଉ ବୋଲି ସେ କହିଥିଲେ।