ମହାନଦୀ ଶଯ୍ୟାରେ ବିଦେଶାଗତ ପକ୍ଷୀଙ୍କ ଭିଡ଼: ଠାବହେଲା ବିରଳ ପକ୍ଷୀ କମନ୍‌ ମରଗାନସର

ସୋନପୁର,୨୬ା୧୨(ନି.ପ୍ର.): ବର୍ତ୍ତମାନ ଶୀତଦିନରେ ଦେଶ ତଥା ଦେଶ ବାହାରର ପକ୍ଷୀଙ୍କ ପାଇଁ ଚିରସ୍ରୋତା ମହାନଦୀ ପାଲଟିଛି ଜଳନିବାସ। ପ୍ରଚଣ୍ଡ ଶୀତରେ ସେଠାକାର ପରିବେଶରେ ବରଫ ପଡୁଥିବାରୁ ବିଦେଶରୁ ପକ୍ଷୀମାନେ ଏଠାକୁ ଚାଲି ଆସୁଛନ୍ତି ସ୍ବଚ୍ଛନ୍ଦରେ ରହିବାକୁ। ଦେଶ ତଥା ବିଦେଶର ପକ୍ଷୀଙ୍କ ଆଗମନ ବଢିବା ଯୋଗୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଏବେ ବୃଦ୍ଧି ପାଇଛି। ଗତ ରବିବାର ସୋନପୁର ସହର ଉପକଣ୍ଠ ମହାନଦୀର ଶରଧାପାଲି ନିକଟସ୍ଥ ଜଳରାଶିରେ ୪ ବିରଳ ପକ୍ଷୀ କମନ ମରଗାନସର(ବୈଜ୍ଞାନିକ ନାମ ମରଗସ ମରଗନସର) ଠାବ ହୋଇଛନ୍ତି। ଏହି ପକ୍ଷୀ ଉତ୍ତର ଆମେରିକା ଓ ପୂର୍ବ ୟୁରୋପରେ ପ୍ରାୟତଃ ଦେଖା ଯାଆନ୍ତି। ଓଡିଶାରେ କମନ ମରଗାନସର ଠାବ ହେବା ପ୍ରଥମ ବୋଲି କହିଛନ୍ତି ପକ୍ଷୀ ସମ୍ପର୍କରେ ଗବେଷଣା କରୁଥିବା ସୋନପୁରର ଦୀନେଶ ରଞ୍ଜନ ମିଶ୍ର ଏବଂ ଓମ୍‌ପ୍ରକାଶ ରାଉତ। ସେହିପରି ମହାନଦୀ ଓ ତେଲନଦୀର ସଙ୍ଗମସ୍ଥଳ ରାମେଶ୍ୱର ତଳି ଅଞ୍ଚଳ ନଦୀ ବାଲିରେ ମଙ୍ଗଳବାର ବହୁସଂଖ୍ୟକ ବ୍ଲାକ ବେଲିଡ୍‌ ଟର୍ନ ନାମକ ବିଦେଶୀ ପକ୍ଷୀ ଦେଖାଯାଇଥିଲେ। ବିଦେଶୀ ପକ୍ଷୀମାନେ ଏବେ ସୁବର୍ଣ୍ଣପୁର ଜିଲା ଦେଇ ପ୍ରବାହିତ ହେଉଥିବା ନଦୀର ଜଳରାଶିରେ ବିଚରଣ କରିବା ସହିତ ଉଡି ବୁଲୁଛନ୍ତି।
ପୂର୍ବରୁ ମାଛ ମାରିବା ପାଇଁ ମହାନଦୀରେ ବ୍ଲାଷ୍ଟିଂ ଓ କୀଟନାଶକ ପ୍ରୟୋଗ ଯୋଗୁ ଜଳ ପ୍ରଦୂଷିତ ହେଉଥିଲା। ପକ୍ଷୀ ଶିକାରୀଙ୍କ ପ୍ରାଦୁର୍ଭାବ ଯୋଗୁ ଏଭଳି ବିରଳ ପକ୍ଷୀ ଅଦୃଶ୍ୟ ହୋଇ ଯାଇଥିଲେ। ପ୍ରକୃତିର ବିବର୍ତ୍ତନ ସହ ନିଜକୁ ଖାପ ଖୁଆଇ ନ ପାରି କେତେକ ପକ୍ଷୀ ବର୍ତ୍ତମାନ ଇତିହାସ ପୃଷ୍ଠାରେ ସ୍ଥାନ ପାଇ ସାରିଥିବା ବେଳେ ବର୍ତ୍ତମାନ କିଛି ବିରଳ ପକ୍ଷୀ ବଞ୍ଚତ୍ବାକୁ ସଂଗ୍ରାମ କରୁଛନ୍ତି। ତେବେ ମହାନଦୀ ଜଳରାଶିକୁ ପ୍ରଦୂଷଣମୁକ୍ତ କରିବା ପାଇଁ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ ଫଳରେ ପ୍ରଦୂଷଣ କମିଛି। ଶିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଯୋଗୁ ପକ୍ଷୀ ଶିକାର ମଧ୍ୟ ଅନେକ ମାତ୍ରାରେ ହ୍ରାସ ପାଇଛି। ଫଳରେ ଚଳିତବର୍ଷ ଜଳରାଶିରେ ବିଚରଣ କରିବା ପାଇଁ ରାଜ୍ୟ ଓ ଦେଶ ବାହାରର ବିଭିନ୍ନ ପ୍ରଜାତିର ଶତାଧିକ ପକ୍ଷୀଙ୍କ ଭିଡ ଜମିଲାଣି। ବର୍ତ୍ତମାନ ୟୁରୋପ ମହାଦେଶରୁ ଆସିଥିବା ରୁଡିସଲଡକ, ପୂର୍ବମହାଦେଶର ରୋଜିଷ୍ଟୋଲିଙ୍ଗ, ଭଡିଟର ଫ୍ଲାଏକେଚର, ରେଡକ୍ରେଷ୍ଟେଟ୍‌, ପୋଚାର୍ଡ, ଲିଟିଲଗ୍ରେବ, ବ୍ଲାକ ବେଲିଡ୍‌ ଟର୍ନ, ପେଲିକାନପେରି ଭଳି ପ୍ରମୁଖ ବିରଳ ପକ୍ଷୀମାନଙ୍କର ବିଚରଣ ମହାନଦୀର ଶୋଭା ବଢାଇଛି। ବିଦେଶାଗତ ପକ୍ଷୀଙ୍କ ଆଗମନ ପର୍ଯ୍ୟଟକ ଓ ସ୍ଥାନୀୟ ଜନସାଧାରଣଙ୍କୁ ଆକର୍ଷିତ କରିଛି। ଯୁବ ପକ୍ଷୀ ଗବେଷକ ଦୀନେଶ ଏବଂ ଓମ୍‌ପ୍ରକାଶ କୁହନ୍ତି ବ୍ଲାକ ବେଲିଡ୍‌ ଟର୍ନ ନାମକ ପକ୍ଷୀ ବର୍ତ୍ତମାନ ଇଣ୍ଟରନ୍ୟାଶନାଲ ୟୁନିୟନ ଅଫ୍‌ କଞ୍ଜରଭେସନ ଅଫ୍‌ ନେଚର ଦ୍ୱାରା ଏକ ବିରଳ ପକ୍ଷୀ ଭାବରେ ସ୍ଥାନ ପାଇଛି। ଯାହାକି ବର୍ତ୍ତମାନ ସୋନପୁରସ୍ଥିତ ମହାନଦୀରେ ଏହା ଦେଖିବାକୁ ମିଳୁଛନ୍ତି। ତେଣୁ ଏମାନଙ୍କ ସୁରକ୍ଷା ପାଇଁ ନଦୀଗର୍ଭରୁ ଟ୍ରକ୍‌, ଟ୍ରାକ୍ଟରମାନଙ୍କରେ ବାଲି ଓ ଅବାଧ ପଥର ଚାଲାଣ ବନ୍ଦ କରିବାର ଆବଶ୍ୟକତା ରହିଛି। ସେହିଭଳି ଶୀତଦିନରେ ପକ୍ଷୀମାନେ ବାଲି ଓ ପଥର କୋରଡରେ ଅଣ୍ଡା ଦେଉଥିବାରୁ ସେଭଳି ଅଞ୍ଚଳକୁ ମଣିଷର ପ୍ରବେଶ କିମ୍ବା ହସ୍ତକ୍ଷେପ ବନ୍ଦ ହେବା ଜରୁରୀ। ମହାନଦୀର ଜଳକୁ ପ୍ରଦୂଷଣମୁକ୍ତ କରିବା ପାଇଁ ବ୍ୟାପକ ଜନସଚେତନତା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri